କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ କରଞ୍ଜିଆ ବନଖଣ୍ଡ ସୌଜନ୍ୟରେ କରଞ୍ଜିଆ ବନାଞ୍ଚଳର ବିଭିନ୍ନ ସ୍ଥାନରେ ୭୬ ତମ ବନମହୋତ୍ସବ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ଆଜି ଶନି ମନ୍ଦିର ନିକଟସ୍ଥ କରଞ୍ଜିଆ ସଂରକ୍ଷିତ ଜଙ୍ଗଲରେ ଏହା ପାଳନ ଅବସରରେ ଏକ ପେଡ ମା କେ ନାମ ୨-୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜିର କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦାନ କରି ଶିମିଳିପାଳ ଉତ୍ତର ବନଖଣ୍ଡ ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ବ୍ୟାଘ୍ର ଅଭୟାରଣ୍ୟ ଏଵଂ ଭାରପ୍ରାପ୍ତ କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, କରଞ୍ଜିଆ ବନଖଣ୍ଡ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ତଥା ଅନ୍ୟାନ୍ୟ ବନ ବିଭାଗ ଅଧିକାରୀ , ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୋୖସୁମୀ ବର୍ଷାର ଅନିୟମିତତା, ବର୍ଷା ଦିନରେ ଅତ୍ୟଧିକ ଗରମ ଅନୁଭୂତ ହେବା,ଶୀତ ଋତୁରେ ଥଣ୍ଡା ହ୍ରାସ ହେବା, ତାପମାତ୍ରା ବୃଦ୍ଧି ଯୋଗୁଁ ସାମୁଦ୍ରିକ ବାତ୍ୟା ପରି ପରିବେଶରେ ବିଭିନ୍ନ ଅପ୍ରାକୃତିକ ସମସ୍ୟା ସୃଷ୍ଟି ହୋଇଥାଏ।
ତେଣୁ ବୃକ୍ଷ ରୋପଣ, ସଂରକ୍ଷଣ ଓ ଯତ୍ନ ଦ୍ବାରା ଏହି ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ଏବଂ ଆମ ପରିବେଶ ସୁରକ୍ଷିତ ରହିପାରିବ ଏବଂ ପରିବେଶ ସୁରକ୍ଷିତ ରହିଲେ ମଣିଷ ସମାଜ ସୁରକ୍ଷିତ ଓ ଜୀବ ଜଗତ ସୁରକ୍ଷିତ ରହିବ ବୋଲି ମନ୍ତ୍ରୀ ଉପସ୍ଥିତ ସର୍ବସାଧାରଣ ଲୋକ ଓ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ତାସହିତ ଏହା ଯେ କେବଳ ବନ ବିଭାଗର କାର୍ଯ୍ୟ ନଭାବି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ।