ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :–  ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ ହୋଇଛନ୍ତି । କେସିଆର୍ ଏରାବଲି ଫାର୍ମହାଉସ୍‌ରେ ଥିବାବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଏଥିରେ ସେ ଆହତ ହୋଇଥିଲେ । ଗତକାଲି ରାତିରେ କେସିଆର୍‌ଙ୍କୁ ସୋମାଜିଗୁଡାର ଯଶୋଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ସେପଟେ ଖୁବଶୀଘ୍ର ବିଆର୍‌ଏସ୍‌ ମୁଖ୍ୟ ସୁସ୍ଥ ହୋଇଯିବେ ବୋଲି କେସିଆର୍‌ଙ୍କ ଝିଅ କେ. କବିତା Xରେ ସୂଚନା ଦେଇଛନ୍ତି ।କେସିଆର୍‌ ସାମାନ୍ୟ ଆହତ ହୋଇଛନ୍ତି । ଏକ ବିଶେଷଜ୍ଞ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କବିତା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, କେସିଆର୍‌ଙ୍କ ଆଶୁ ଆରୋଗ୍ୟ କାମନା କକରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି । କେ. ଚନ୍ଦ୍ରଶେଖର ରାଓ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଗତ ୩ ଦିନ ଧରି ନିଜ ଦଳର ନେତା ଓ ପ୍ରଶଂସକଙ୍କୁ ସାକ୍ଷାତ କରୁଥିଲେ ।ଗତକାଲି ମଧ୍ୟ ସେ କିଛି ଲୋକଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଘରେ ପଡ଼ିଯାଇଥିଲେ କେ. ଚନ୍ଦ୍ରଶେଖର ରାଓ। ନିକଟରେ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆରଙ୍କ ବିଆରଏସକୁ ବଡ଼ ଝଟକା ଲାଗିଥିଲା । ରାଜ୍ୟରେ ବହୁମତ ହାସଲ କରି କଂଗ୍ରେସ ସରକାର ଗଠନ କରିବା ସହିତ ରେବନ୍ତ ରେଡ୍ଡୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଟ ୧୧୯ଟି ଆସନ ମଧ୍ୟରୁ କଂଗ୍ରେସ ୬୪ଟିରେ, ବିଆରଏସ ୩୯ଟିରେ ଓ ବିଜେପି ୮ଟି ଆସନରେ ଜିତିଥିଲା । ସର୍ବଦା ଜାତୀୟ ରାଜନୀତିରେ ସକ୍ରିୟ ରହୁଥିବା କେସିଆରଙ୍କୁ ଚଳିତ ନିର୍ବାଚନରେ ନିଜ ରାଜ୍ୟରେ ଏକ ବଡ଼ ଝଟକା ଲାଗିଥିଲା । ଫଳରେ କ୍ଷମତା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ କେସିଆର  l

LEAVE A REPLY

Please enter your comment!
Please enter your name here