ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ସଂସଦର ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆଙ୍କୁ ବହିଷ୍କୃତ କରାଯାଇଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କୃତ କରାଯାଇଛି । ଏଥିକ୍ସ କମିଟିର ସୁପାରିସକୁ ଲୋକସଭାରେ ମଞ୍ଜୁରୀ ଦେଇଛି । ମହୁଆଙ୍କ ଆଚରଣକୁ ଅନୈତିକ କହିଲେ ଲୋକସଭା ବାଚସ୍ପତି । ମହୁଆଙ୍କ ବିରୋଧରେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହା ଉପରେ ଗୃହରେ ବିତର୍କ ହେବା ପରେ ମହୁଆଙ୍କୁ ବହିଷ୍କାର ପାଇଁ ଏଥିକ୍ସ କମିଟି କରିଥିବା ସୁପାରିଶ ବାଚନିକ ଭୋଟରେ ଗୃହୀତ ହୋଇଥିଲା । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା ।ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା । ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ ଓ ଅପରାଧିକ । ଏଥିସହ ତାଙ୍କ ଆର୍ଥିକ କାରବାର ତଦନ୍ତ କରିବାକୁ କମିଟି ସୁପାରିଶ କରିଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ କହିଛନ୍ତି, ଟଙ୍କା କି ଉପହାର ନେଇଥିବାର କୌଣସି ପ୍ରମାଣ ନାହିଁ । ମୁଁ ଅଦାନୀ ପ୍ରସଙ୍ଗ ଉଠାଇଥିଲି । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ମହୁଆ