ଓଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଚିନ୍ତାରେ ରାଜ୍ୟ ସରକାର 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ, ମୁତୟନ ହେବ ହାଇସ୍ପିଡ୍ ବୋଟ୍ରା,ରାଜ୍ୟର ୪ ଟି ସ୍ଥାନରେ ହେବ ପାଟ୍ରୋଲିଂ ଘାଟି,୨୦ କିମି ଭିତରେ ମାଛ ଧରା ମନା, ଓଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଚିନ୍ତାରେ ଅଣ୍ଟା ଭିଡିଲେ ସରକାର । କଇଁଛ ଅଣ୍ଡା ଦେଉଥିବା ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ । ମୁତୟନ ହେବ ହାଇସ୍ପିଡ୍ ବୋଟ୍ । ୪ ଟି ସ୍ଥାନରେ କରାଯିବ ପାଟ୍ରୋଲିଂ ଘାଟି । ସମୁଦ୍ରରେ ବେଆଇନ ଭାବେ ମାଛଧରା ଟ୍ରଲର ବୁଲୁଥିବାରୁ ବହୁ କଇଁଛଙ୍କ ମୃତ୍ୟୁ ହେଉଛି । ଏହାକୁ କିପରି ରୋକାଯାଇପାରିବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଊଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ, ରାଜନଗର ବନ୍ୟପାଣୀ, ଭଦ୍ରକ ବନ୍ୟପ୍ରାଣୀ, ବ୍ରହ୍ମୁପର ଡିଭିଜନରେ କଇଁଛଙ୍କ ସୁରକ୍ଷା ପାଇଁ ହାଇସ୍ପିଡ ବୋଟ ମୁତୟନ ହେବ । ସେହିପରି ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଆଦି ସମୁଦ୍ର ଯାତାୟତରେ ପାଟ୍ରୋଲିଂ ହେବ । ସେହିପର ନଭେମ୍ବର ପହିଲାରୁ ମେ ୩୧ ତାରିଖ ମଧ୍ୟରେ ଧାମରା, ଦେବୀ ଓ ଋଷିକୁଲ୍ୟା ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here