ଜେଲ୍ ରୁ ମୁକୁଳିଲେ ଅର୍ଚ୍ଚନା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ହସି ହସି ଝାରପଡ଼ା ଜେଲରୁ ବାହାରିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ। ବାହାରୁ ବାହାରୁ କହିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବି l ଆଉ ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବି। କୋର୍ଟଙ୍କ ଉପରେ ମୋର ଯଥେଷ୍ଟ ଭରସା ଅଛି, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ଅର୍ଚ୍ଚନା ନାଗ। ତେବେ ଯେଉଁମାନେ ଅର୍ଚ୍ଚନାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ତାଙ୍କ ବିଶ୍ୱାସ ରଖିବେ ,ମୁଣ୍ଡ ନୁଆଇଁବି ନାହିଁ ବୋଲି ମଧ୍ୟ କହିଛନ୍ତି ଅର୍ଚ୍ଚନା l

ପୂର୍ବରୁ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବାବେଳେ ସେ ଆଜି ସକାଳୁ ଝାରପଡ଼ା ଜେଲ୍ ରୁ ବାହାରିଛନ୍ତି। ତେବେ ଅର୍ଚ୍ଚନା ଜେଲ୍ ରୁ ବାହାରିବା ବେଳେ ସ୍ବାମୀ ଜଗବନ୍ଧୁ ତାଙ୍କୁ ଆଣିବାପାଇଁ ଯାଇଥିଲେ । ତେବେ ଜେଲ୍‌ରୁ ବାହାରିବା ଅର୍ଚ୍ଚନା ଲ ‘ ପରୀକ୍ଷା ଦେବାପାଇଁ କ୍ୟାପିଟାଲ ଲ ‘ କଲେଜ୍ କୁ ଯାଇଛନ୍ତି। ଜେଲ୍ ରୁ ବହାରିବାପରେ ପ୍ରଥମେ ଘରକୁ ଯାଇଥିଲେ ଏବଂ ସେଠାରୁ କ୍ୟାପିଟାଲ ‘ଲ’ କଲେଜ୍ ଯାଇଛନ୍ତି ।

ବ୍ଲାକମେଲିଂ ମାମଲାରେ ଝାରପଡ଼ା ଜେଲ୍‌ରେ ଥିଲା ଅର୍ଚ୍ଚନା ନାଗ । ଦୀର୍ଘ ୧୪ ମାସ ପରେ ଜେଲ୍‌ରୁ ବାହାରିଛନ୍ତି ଅର୍ଚ୍ଚନା । ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ବଦଳରେ ଜେଲ୍‌ରୁ ମୁକୁଳିଛନ୍ତି ଅର୍ଚ୍ଚନା । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଏହି ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ମଙ୍ଗଳବାର (ଡିସେମ୍ବର ୧୨ ) ଦିନ ଜେଲ୍‌ରୁ ବାହାରିଛନ୍ତି ଅର୍ଚ୍ଚନା ନାଗ ।

ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କୁ ପୂର୍ବରୁ ହାଇକୋର୍ଟରୁ ବେଲ୍ ମିଳି ସାରିଥିବାବେଳେ ଆଜି ଝାରପଡ଼ା ଜେଲ୍ ରୁ ବାହାରିଛନ୍ତି ଅର୍ଚ୍ଚନା । ଇଡି ପକ୍ଷରୁ ହୋଇଥିବା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ପୂର୍ବରୁ ଜାମିନ ପ୍ରଦାନ କରାଯାଇଥିଲା । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିସାରଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଲେଡ଼ି ବ୍ଲାକମେଲର ଜେଲରୁ ମୁକୁଳିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ସୂଚନା ଅନୁସାରେ, ୨୦୨୨ ମସିହା ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଥିଲା । ତେବେ, ଆମେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଇଡି ଏହି ମନି ଲଣ୍ଡରିଂ ମାମାଲାର ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରକୁ ନେଇ ଇଡିକୁ ଯଥେଷ୍ଟ ପ୍ରମାଣ ମିଳିଥିଲା। ପୂର୍ଵରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଜାମିନ ପ୍ରଦାନ କରି ଥିଲେ ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ଜାମିନ୍ ପରେ ଅର୍ଚ୍ଚନା ଜେଲରୁ ମୁକୁଳିବେ ବୋଲି ସୂଚନା ଦେଇଥିଲେ ଅର୍ଚ୍ଚନାଙ୍କ ଓକିଲ ।

 

ବହୁ ଚର୍ଚ୍ଚିତ ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ୍ । ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଆଲିସାନ୍ ବଙ୍ଗଳାରେ ରହୁଥିଲେ ବଡ଼ ବଡ ଗାଡି଼ ଚଢୁଥିଲେ। ଆଉ ରାତି ହେଲେ ତାଙ୍କ ରଙ୍ଗ ମହଲରେ ଜମୁଥିଲା ବଡ଼ ବଡି଼ଆ ନେତା ଓ ଅଫିସରଙ୍କ ଭିଡ। ଯେତେବେଳେ ଲେଡି ବ୍ଲାକମେଲର ଗିରଫ ହୋଇଥିଲେ ସେତେବେଳ ସାମ୍ନାକୁ ଆସିଥିଲା ଅର୍ଚ୍ଚନାଙ୍କ ସହ ବଡ ବଡିଆ ନେତାଙ୍କ ଲିଙ୍କ୍ । ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏପରିକି ବିଜେଡି ଓ ବିଜେପିର କେତେକ ବରିଷ୍ଠ ନେତାଙ୍କ ଫଟୋ ଭାଇରାଲ୍‌ ହୋଇଥିଲା। ବଡ଼ ବଡ଼ ନେତାଙ୍କ ସହିତ ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ସୃଷ୍ଟି ହୋଇଥିଲା। ଯେତେବେଳେ ଅର୍ଚ୍ଚନା କୋର୍ଟରେ ହାଜର ହୋଇଥିଲେ ସେତେବେଳେ ବଡ଼ବଡ଼ ରାଜନେତାଙ୍କ ମୁଖା ଖୋଲିବେ ବୋଲି କହୁଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ରାଜନେତାଙ୍କ ନାଁ ପ୍ରକାଶ କଲେ ନାହିଁ। ତେବେ, ନିର୍ବାଚନ ପୂର୍ବରୁ ଜେଲରୁ ମୁକୁଳୁଥିବାରୁ ଚର୍ଚ୍ଚା ଜୋର ଧରୁଛି।

 

LEAVE A REPLY

Please enter your comment!
Please enter your name here