ନଷ୍ଟରୁ ସମ୍ପଦ କାର୍ଯ୍ୟକ୍ରମ

0

ବ୍ରହ୍ମପୁର ( ବିପ୍ଲବୀ ପରୀକ୍ରମା ):- ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଚାଲିଛି ନଷ୍ଟରୁ ସମ୍ପଦ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଗତ ଗୁରୁବାରରୁ ଆରମ୍ଭ ହୋଇଥିବ ବେଳେ ଶନିବାର ଶେଷ ହୋଇଛି । ନଷ୍ଟରୁ ସମ୍ପଦ କାର୍ଯ୍ୟକ୍ରମରେ ମୋଟ ୧୫ଟି ଷ୍ଟଲ ଲାଗିଥିବା ବେଳେ ଏହା ମାଧ୍ୟମରେ ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ଅଦରକାରୀ ସାମଗ୍ରୀରେ ନିର୍ମିତ ହୋଇଥିବା କଳାକୃତିକୁ ପ୍ରଦର୍ଶନ କରାଯାଉଛି । ଏହାସହିତ କିଭଳି ଅଦରକାରୀ ସାମଗ୍ରୀରୁ ସୁନ୍ଦର ସୁନ୍ଦର କଳାକୃତି ନିର୍ମାଣ କରାଯାଉଛି ତାହାର ପ୍ରାକ୍ଟିକାଲ ମଧ୍ୟ କରି ଲୋକଙ୍କୁ ଦେଖାଉଛନ୍ତି ଛାତ୍ରଛାତ୍ରୀ ମାନେ । ଆଉ ଛାତ୍ରଛାତ୍ରୀଙ୍କ ଏଭଳି ନିଆରା କଳାକୃତିକୁ ଦେଖିବା ନିମନ୍ତେ ସହର ଓ ଏହାର ଉପକଣ୍ଠରେ ଥିବା ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆସୁଛନ୍ତି । ଏଭଳି କାର୍ଯ୍ୟକ୍ରମ ହେବା ଦ୍ବାରା ଅନେକ କିଛି ନୂଆ ଶିକ୍ଷା ମିଳିଥାଏ ବୋଲି କହିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ ।

କିଭଳି ଅଦରକାରୀ ସାମଗ୍ରୀରୁ ନିର୍ମାଣ ହୋଇପାରିବ ସୁନ୍ଦର ସୁନ୍ଦର କଳାକୃତି । ଯାହାକୁ ଅଦରକାରୀ ବୋଲି ଫୋପାଡ଼ି ଦେଉଥିଲେ ତାହା କିଭଳି ଦରକାରୀ ଭାବେ ତଥା ଘରକୁ ସୁନ୍ଦର କରିବାରେ କାମ କରିବ । ଏଭଳି କିଛି କଳାକୃତିକୁ ଦେଖାଇବା ଓ ତାହାର ସର୍ବସମ୍ମଖରେ ପ୍ରାକ୍ଟିକାଲ କରିବା ନିମନ୍ତେ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଚାଲିଛି ନଷ୍ଟରୁ ସମ୍ପଦ କାର୍ଯ୍ୟକ୍ରମ । ନଷ୍ଟରୁ ସମ୍ପଦ କାର୍ଯ୍ୟକ୍ରମ ନିମନ୍ତେ ଆଇଟିଆଇ ପରିସରରେ ପଡ଼ିଛି ୧୫ଟି ଷ୍ଟଲ । ଏହି ଷ୍ଟଲରେ ଆଇଟିଆଇର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ସେମାନେ କରିଥିବା ବିଭିନ୍ନ ଅଦରକାରୀ ସାମଗ୍ରୀରୁ ସୁନ୍ଦର ସୁନ୍ଦର କଳାକୃତିକୁ ପ୍ରଦର୍ଶନ କରିଛନ୍ତି । ଏହାଛଡ଼ା ଏହି କଳାକୃତି କିଭଳି ଅଦରକାରୀ ସାମଗ୍ରୀରୁ ନିର୍ମାଣ ହୋଇଥାଏ ତାହାର ମଧ୍ୟ ପ୍ରାକ୍ଟିକାଲ କରୁଛନ୍ତି ଛାତ୍ରଛାତ୍ରୀ ମାନେ । ଏଭଳି କାର୍ଯ୍ୟକ୍ରମ ହେବା ଦ୍ବାରା ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହେଉଥିବା ଯୋଗୁଁ ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ କିଭଳି କାମ ହୋଇଥାଏ ସେ ନେଇ ଜାଣିବାକୁ ମିଳିଥାଏ । ଆଉ ଏହି କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆସି ଦେଖିବା ସହିତ ସେମାନଙ୍କୁ କିଭଳି ଅଦରକାରୀ ସାମଗ୍ରୀରେ କଳାକୃତି ନିର୍ମାଣ ହୁଏ ସେ ନେଇ ବୁଝାଇବାକୁ ପଡ଼ୁଥିବା ଯୋଗୁଁ ସେମାନେ ଖୁସି ହେବା ସହିତ ନିଜ ମଧ୍ୟରେ ରହିଥିବା ଜ୍ଞାନକୁ ବାଣ୍ଟି ନିଜକୁ ମଧ୍ୟ ବେଶ ଖୁସୀ ଲାଗୁଥିବା କହିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ ।

ପୂର୍ବରୁ ଆଇଟିଆଇର ଛାତ୍ରଛାତ୍ରୀ ମାନେ ଯେଉଁ ସବୁ ଅଦରକାରୀ ସାମଗ୍ରୀରେ ବିଭିନ୍ନ କଳାକୃତି ନିର୍ମାଣ କରୁଥିଲେ ତାହା ସମ୍ପୃକ୍ତ ବିଭାଗର କଠୋରୀ ମଧ୍ୟ କରୁଥିଲେ । ଆଉ ଏହି କଳାକୃତିକୁ ଜଣେ ସାଧରଣ ଲୋକ ଜାଣିବା କଷ୍ଟକର ହେଉଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମ ହେବା ଦ୍ବାରା ଶ୍ରେଣୀ କଠୋରୀରୁ ବାହାରି ଆଇଟିଆଇର ପରିସରରେ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଘରୋଇ ଉପକରଣ ସାମଗ୍ରୀ ଠାରୁ ଆରମ୍ଭ କରି ଘର ସାଜସଜ୍ଜ୍ୟା ଉପକରଣ ନିର୍ମାଣ କରାଯାଉଛି । ଏହି ସବୁ କଳାକୃତି କିଭଳି ନିର୍ମାଣ ହେଉଛି ତାହାକୁ କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ଆସୁଥିବା ଲୋକେ ମଧ୍ୟ ଜାଣିପାରିବେ । ଯାହାଫଳରେ ସାଧାରଣ ଲୋକେ ମଧ୍ୟ ନିଜେ ଫୋପାଡ଼ି ଦେଉଥିବା ଅଦରକାରୀ ସାମଗ୍ରୀରୁ ବିଭିନ୍ନ କଳାକୃତି ନିର୍ମାଣ କରିପାରିବେ ବୋଲି କହିଛନ୍ତି ଆଇଟିଆଇର ଶିକ୍ଷକ । ସେପଟେ ଆଇଟିଆଇ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ସହର ଓ ସହର ଉପକଣ୍ଠରେ ରହିଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆସିଛନ୍ତି । କିଭଳି ବିଭିନ୍ନ ଅଦରକାରୀ ସାମଗ୍ରୀରୁ ସୁନ୍ଦର ସୁନ୍ଦର କଳାକୃତି ନିର୍ମାଣ ହେଉଛି ତାହାକୁ ବୁଲି ଦେଖିଛନ୍ତି । ପ୍ଲାଷ୍ଟିକ ବୋତଲ, ଅଦରକାରୀ କପଡ଼ା, ସାଇକଲେ ଓ ବାଇକର ବିଭିନ୍ନ ଯନ୍ତ୍ରାଂଶ, ବୋତଲ କେପ୍‌ ଭଳି ଅନେକ ଅଦରକାରୀ ସାମଗ୍ରୀରେ ଏତେ ସୁନ୍ଦର ଘର ସାଜସଜ୍ଜ୍ୟା ନିମନ୍ତେ ସାମଗ୍ରୀର ନିର୍ମାଣ ହୋଇପାରୁଛି ତାହା ଦେଖି ବେଶ ଖୁସୀ ଲାଗିବା ସହ ଅନେକ ଶିକ୍ଷା ମିଳିଥିବା କହିଛନ୍ତି କାର୍ଯ୍ୟକ୍ରମକୁ ଦେଖିବାକୁ ଆସିଥିବା ଛାତ୍ରୀ ।

ତିନି ଦିନ ଧରି ଚାଲିଥିବା ନଷ୍ଟରୁ ସମ୍ପଦ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇ ନୂଆ ନୂଆ ଶିକ୍ଷା ଲାଭ କରିବା ସହିତ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here