ଉଦଳା ( ବିପ୍ଲବୀ ପରିକ୍ରମା ):- ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୁତ୍ତ ।।ଘରେ ପଶି ତାଲା ଭାଙ୍ଗି ଗଡରେଜରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ସହିତ ନଗଦ ଟଙ୍କା । ଏଭଳି ଘଟଣା ଘଟିଛି ଉଦଳା ଏନଏସି ୮ନଂ ୱାର୍ଡରେ , ପ୍ରମୋଦ କୁମାର ନାୟକ ନିଜ ପରିବାର ସହିତ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ ହେଲେ ହଠାତ୍ ଆଜି ତାଙ୍କ ଘର ହତାରେ ପଡୋଶୀ ଘର ଲୋକେ ସଫାଇ କରୁଥିବା ବେଳେ ଘରର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ପଡୋଶୀ ପ୍ରମୋଦଙ୍କୁ ଖବର ଦେବା ପରେ ପ୍ରମୋଦ ଘରେ ପହଂଚି ଦୁଇ ଗୋଟି ରୁମର କବାଟ ତାଲା ଭଙ୍ଗାଯିବା ସହିତ ଘର ଭିତରେ ଥିବା ଗଡରେଜ ଖୋଲାଯାଇଥିବା ଦେଖିବାକୁ ପାଇଥିଲେ । ତତସହିତ ଗଡରେଜରେ ଥିବା ନଗଦ ୨୫ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଦୁବୁର୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ପୋଲିସ୍କୁ ଖବର ଦେବା ପରେ ଉଦଳା ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।