ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆସନ୍ତା ୧୬ତାରିଖରେ ବ୍ରହ୍ମପୁର ଗସ୍ତରେ ଆସିବେ ‘୫-ଟି’ତଥା ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ଯକ୍ଷ ଭି. କେ ପାଣ୍ଡିଆନ । ଏହାସହ ଗଞ୍ଜାମ ଜିଲ୍ଲାର ଅନ୍ୟ ୭ ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଲୋକଙ୍କ ସହ ମିଶିବେ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିଭଳି ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ସରିଛି । ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଏସପି ଡା ସର୍ବଣା ବିବେକ ଏମ ଓ ବିଇଏମସି କମିଶନର ଜେ. ସୋନାଲ ସହରରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତିର ଅନୁଧ୍ଯାନ କରିଛନ୍ତି । ସହରର ଚର୍ଜ ପଡ଼ିଆ, ବିଜୁ ପଟ୍ଟନାୟକ ପାର୍କ,ବୁଢୀ ଠାକୁରାଣୀ ମନ୍ଦିର, ପାଷ୍ଟ ଗେଟ ଆଦି ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ ୧୬ତାରିଖ ଦିନରେ ଅପରାହ୍ନରେ ‘ ୫T’ ଅଧ୍ଯକ୍ଷ ବ୍ରହ୍ମପୁର ପହଞ୍ଚିବେ ଓ ଏଠାରେ ବୁଢୀ ଠାକୁରାଣୀ ମନ୍ଦିର ପରଦର୍ଶନ କରିବା ସହିତ ଏଠାକାର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିବେ। ସେହିଭଳି ରିଂ ରୋଡ଼ କାର୍ଯ୍ୟ, ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଅଧିନରେ ଜାରି ରହିଥିବା ଚର୍ଚ୍ଚର ଉନ୍ନତୀକରଣ, ଏମେକେସିଜି ଉନ୍ନୟନ କାର୍ଯ୍ୟ କ୍ୟାନ୍ସର କେୟାର ୟୁନିଟ୍ ଆଦି ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ ବୋଲି ବ୍ରହ୍ମପୁର ବିଧାୟକ ସୂଚନା ଦେଇ ଚର୍ଚ୍ଚ ପଡ଼ିଆଠାରେ ବିଭିନ୍ନ ମନ୍ଦିର ଓ ମସଜିଦ କମିଟି ପକ୍ଷରୁ ‘୫-ଟି’ ଅଧ୍ୟକ୍ଷଙ୍କୁ ସମ୍ବଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ‘୫-ଟି’ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ବ୍ରହ୍ମପୁରବାସୀ ବେଶ ଉତ୍ସାହିତ ଅଛନ୍ତି I ତାଙ୍କୁ ସ୍ବାଗତ କରାଯିବାକୁ ବିଭିନ୍ନ ମହଲରେ ପ୍ରସ୍ତୁତି କରାଯାଉଛି। ସେହିଭଳି ସୁରକ୍ଷା ବ୍ୟବସ୍ଥା ପ୍ରତି ବ୍ରହ୍ମପୁର ପୁଲିସ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଉଥିବା ଜଣାଯାଇଛି । ଏନେଇ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କରକଳମରେ ବ୍ରହ୍ମପୁର ସହରର ବହୁବିଧ ବିକାଶ ହୋଇଛି। ସମ୍ପ୍ରତି ମଧ୍ୟ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ଏଥିରେ ‘୫-ଟି’ ଅଧ୍ୟକ୍ଷଙ୍କ ସହଭାଗିତା ଯଥେଷ୍ଟ ରହିଛି I ରୂପାନ୍ତରଣର ରୂପକାରଙ୍କୁ ବ୍ରହ୍ମପୁରବାସୀ ସ୍ବାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ସେହିଭଳି ବିଭିନ୍ନ ମନ୍ଦିର, ମସଜିଦର ଉନ୍ନତୀ ସକାଶେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାତୟା ଯୋଜନା ମାଧ୍ୟମରେ ଅନୁଦାନ ମିଳିଛି । ଏହା କେବଳ ୫ଟି ଅଧ୍ୟକ୍ଷଙ୍କ ଯୋଗୁ ସମ୍ଭବ ହୋଇଛି। ଏଣୁ ବିଭିନ୍ନ ମନ୍ଦିର, ମସଜିଦ ଓ ଚର୍ଚ୍ଚ କମିଟିମାନେ ଆନନ୍ଦ ଓ ଉଲ୍ଲାସରେ ‘୫-ଟି’ ଅଧ୍ଯକ୍ଷ କାର୍ଷିକ ପାଣ୍ଡିଆନଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଥିବା ବିଧାୟକ ବିକ୍ରମ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସହରବାସୀ ଯାହା ସବୁ ଅଭିଯୋଗ ପ୍ରଦାନ କରିଥିଲେ। ସେହି କାର୍ଯ୍ୟ ସବୁ ଆରମ୍ଭ ହୋଇଯାଇଛି। ଏଗୁଡ଼ିକର ସେ ତଦାରଖ କରିବେ ବୋଲି ଜଣାପଡ଼ିଛି।