ବୋରୱେଲ ଭିତରୁ ଶିଶୁ ଉଦ୍ଧାର           

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-  ନବଜାତ ଶିଶୁ କୁ ରେଙ୍ଗାଲି ଲରିପାଲି ଉଦ୍ଧାର ଘଟଣା ଗତକାଲି ନବଜାତ ଶିଶୁର ଉଦ୍ଧାର କାର୍ଯ୍ୟ ବହୁତ ବଡ଼ ଚ୍ୟାଲେଞ୍ଜିଙ୍ଗ ଥିଲା।ଆମେ ଘଟଣା ର ଖବର ପାଇବା ପରେ ଅଗ୍ନିଶମ ଟିମ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲା।। ନବଜାତ ଶିଶୁ ଟି borwel ରେ 13 ଫୁଟ ତଳେ ଥିଲା। ପାଇପ ଟି 20 ଫୁଟ ର ଥିଲା। ତେଣୁ ଆମ ଟିମ ଶିଶୁ ଟିକୁ ପ୍ରଥମେ oxygen ଯୋଗାଇ ଦେଇଥିଲା।। ଏହାପରେ ଆମେ 3 ଟି ଜେସିବି ମେସିନ ସାହାଯ୍ୟ ରେ ପାଇପ ର ଚାରି ପଟରୁ 4ଫୁଟ ଖାଲି କରିଥିଲୁ। ଏହାପରେ ଶିଶୁ ଟିର ସଠିକ location ଜାଣିବା ପାଇଁ ଆମକୁ ଏକ victim location camera ର ଆବଶ୍ୟକ ଥିଲା । ଯେଉଁ କ୍ୟାମେରା ଟି ଭୁବନେଶ୍ୱର ରେ ଥିଲା । ଏହି ଘଟଣା ଟିକୁ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରୁଥିଲେ।। ତେଣୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କ ସହାୟତା ରେ ଭୁବନେଶ୍ବର ରୁ ଏହି କ୍ୟାମେରା ଟି ସ୍ୱତନ୍ତ୍ର ବିମାନ ଦ୍ଵାରା ଘଟଣା ସ୍ଥଳରେ ପହଞ୍ଚି ଥିଲା । ରେସ୍କୁ ସମୟରେ ମଝିରେ ମଝିରେ ନବଜାତ ଶିଶୁର କାନ୍ଦଣା ଆମକୁ ଶିଶୁ ଟି ଠିକ ଅଛି ବୋଲି ସୂଚନା ଦେଉଥିଲା । ପାଇପ ର 15 ଫୁଟ ରେ ଆମେ ଆରୀ ସାହାଯ୍ୟ ରେ କାଟି ଗୋଟେ ପ୍ଲେଟ ଲାଗାଇଥିଲୁ।। ଏହାପରେ ପ୍ଲେଟ ଟି ଧୀରେ ଧୀରେ କାଢ଼ିବା ପରେ ନବଜାତ ଶିଶୁ ଟି ପାଇପ ଭିତରେ ଥିବା କିଛି ଅଳିଆ ଓ ଶିଶୁ ଉଭୟ ବାହାରକୁ ଆସିଥିଲେ । ଉପସ୍ଥିତ ଅଗ୍ନିଶମ କର୍ମଚାରୀ ଶିଶୁ ଟିକୁ ଉଦ୍ଧାର କରି ଉପସ୍ଥିତ ଡାକ୍ତର ଙ୍କୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ଶିଶୁଟିର ଅବସ୍ଥା ଭଲ ରହିଛି ।କିନ୍ତି ଏହି ଘଟଣା ଏକ ଦୁର୍ଘଟଣା ନୁହେଁ, ଏହା ଏକ ଅପରାଧ।ଏହି ଘଟଣା କୁ ନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି।ଏ ଘଟଣା ରେ ଯିଏ ଦୋଷୀ ସିଏ ଦଣ୍ଡ ପାଇବା ଦରକାର ବୋଲି କହିଛନ୍ତି ଅଗ୍ନିଶମ ଡିଜି ।ଏହା ସହ କାଲିର ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଗ୍ନିଶମ ଡିଜି ଡ଼ଃ ସୁଧାଂଶୁ ଷଡଙ୍ଗୀ।

LEAVE A REPLY

Please enter your comment!
Please enter your name here