ସୁନାବେଡା ଅଭୟାରଣ୍ୟର ଗଡ଼ଗଡା ଘାଟିରେ କଲରାପତରିଆ ବାଘ                                                   

0

ନୂଆପଡା ( ବିପ୍ଲବୀ ପରିକ୍ରମା ):- ନୂଆପଡା ଜିଲ୍ଲା ସୁନାବେଡା ଅଭୟା ରଣ୍ୟର ଗଡ଼ଗଡା ଘାଟିରେ ଏକ କାଳରାପତରିଆ ବାଘ ବୁଲୁଥିବା ବେଳେ ମୋବାଇଲ କ୍ୟାମେରାରେ କଏଦ ହୋଇଛି l ବାଘ ଦେଖିବା ପରେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି l ଆଜି ଅପରାହ୍ନରେ କୋମନା ବ୍ଲକ ତରବୋଡ ଅଞ୍ଚଳର କିଛି ଯୁବକ ସୁନାବେଡାର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଈଙ୍କ ଦର୍ଶନ କରି ଏକ ଗାଡ଼ିରେ ଫେରୁଥିବା ବେଳେ ଗଡ଼ଗଡା ଘାଟି ନିକଟରେ ଏକ କଳରାପତରିଆ ବାଘ ଗାଡି ନିକଟକୁ ଚାଲିଆସିଥିଲା l ବାଘକୁ ଦେଖି ଭୟରେ ଡ୍ରାଇଭର ଗାଡିର ସମସ୍ତ କାଚକୁ ବନ୍ଦ କରିଦେଇଥିଲେ l ହେଲେ ଗାଡି ଭିତରେ ବସିଥିବା କିଛି ଯୁବକ ନିଜର ମୋବାଇଲରେ ବାଘର ଭିଡ଼ିଓ ଚିତ୍ର କଏଦ କରିଥିଲେ l ଏବେ ଏହି ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଏହା ଏକ ଛୁଆ ବାଘ ହୋଇଥିବାରୁ ସେଠାରେ ବାଘୁଣୀ ମଧ୍ୟ ରହିଥିବାର ଅନୁମାନ କରାଯାଉଛି l ଏଵେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି l

LEAVE A REPLY

Please enter your comment!
Please enter your name here