ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ଗତକାଲି ଅପରାହ୍ନରେ ଜିଲ୍ଲାରେ ପହଞ୍ଚି ପ୍ରଥମେ ହିଞ୍ଜିଳିକାଟୁ ଓ ଶେରଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ସନ୍ଧ୍ୟାରେ ବ୍ରହ୍ମପୁର ସହରରେ ପହଞ୍ଚିଥିଲେ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚିଥିଲେ ପାଣ୍ଡିଆନ । ମାଙ୍କୁ ମନ୍ଦିରରେ ଦର୍ଶନ କରିବା ପରେ ମନ୍ଦିର ପାଶ୍ୱରେ ଆୟୋଜନ କରାଯାଇଥିବା ସଭାରେ ଯୋଗଦେଇଥିଲେ ପାଣ୍ଡିଆନ । ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ଉନ୍ନତି ନିମନ୍ତେ ୧୮.୯୧ କୋଟି ଟଙ୍କା ଖର୍ଚ୍ଚ ହେବ । ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଦେଢ଼ ବର୍ଷରେ ଶେଷ ହେବା ନେଇ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏକ ବର୍ଷ ମଧ୍ୟରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ପାଣ୍ଡିଆନ । ବ୍ରହ୍ମପୁର ସହରକୁ ଦକ୍ଷିଣ ଓଡ଼ିଶାର ଏକ ନମ୍ବର ସହର କରାଯିବ । ବ୍ରହ୍ମପୁର ସହର ସହ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି । ଜିଲ୍ଲାରେ ଜିଲ୍ଲାପାଳ ରହିଥିବା ସମୟରେ ଲୋକଙ୍କ ସହ ମୁଁ ଜଡିତ ହୋଇ ରହିଥିଲି । ତେଣୁ ବ୍ରହ୍ମପୁର ସହର ଓ ଜିଲ୍ଲାର ସର୍ବାଙ୍ଗିନ ବିକାଶ କିଭଳି ହେବ ସେ ନେଇ ସମସ୍ତେ ମିଳିମିଶି କାମ କରିବା । ଆଉ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ କିଭଳି ସଫଳ କରିବା ସେ ନେଇ ସହରବାସୀ ସହଯୋଗ କରନ୍ତୁ ବୋଲି କହିଥିଲେ ପାଣ୍ଡିଆନ । ରବିବାର ସକାଳ ସମୟରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଯିବି । ସେଠାରେ କିଭଳି ରୋଗୀ ମାନେ ଚିକିତ୍ସା ସେବା ପାଉଛନ୍ତି ତାହା ଦେଖିବି । ଏମକେସିଜି ମେଡିକାଲ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରିତ ହେବ । ଯାହାଫଳରେ ସହରବାସୀ ଓ ଜିଲ୍ଲାବାସୀଙ୍କୁ ଆଉ ବାହାର ରାଜ୍ୟକୁ ଚିକିତ୍ସା ନିମନ୍ତେ ଯିବାକୁ ପଡିବ ନାହିଁ ।‌ସେହିପରି ଶୀତଳାପଲ୍ଲୀରେ ରହିଥିବା ଟାଟା ହସ୍ପିଟାଲ ସୋମ ହସ୍ପିଟାଲ ହେବାକୁ ଯାଉଛି । ଯାହାଫଳରେ ଜିଲ୍ଲାବାସୀ ଆହୁରି ସ୍ବାସ୍ଥ୍ୟ ସେବାରେ ସୁବିଧା ପାଇପାରିବେବୋଲି ପାଣ୍ଡିଆନ କହିଛନ୍ତି l ଆଜି ଏମକେସିଜି ମେଡିକାଲ ସମୀକ୍ଷା କରିବା ପରେ ଖୁବଶିଘ୍ର ଏମକେସିଜି ମେଡିକାଲ ପାଇଁ ଭଲ ଖବର ମିଳିବ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ।

LEAVE A REPLY

Please enter your comment!
Please enter your name here