ଆସିକାରେ ଭି.କେ ପାଣ୍ଡିଆନ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଗ୍ରସ୍ତ ର ଦ୍ୱିତୀୟ ଦିବସରେ ମୋ ଓଡିଶା ଓ ନବୀନ ଓଡ଼ିଆ ର ମୁଖ୍ୟ ଭି କାର୍ତ୍ତିକେୟ ପାଣ୍ଡିଆନ ପୋଲସରା ଗ୍ରସ୍ତ ଶେଷ କରି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଁଚିଛନ୍ତି l ପୋଲସରା ମାରଦା ମନ୍ଦିର ଦେଖା କାର୍ଯ୍ୟ ଶେଷ କରି ଗୁଡ଼ିଆଳି ଛକ ଦେଇ ପ୍ରଥମେ କବିସୂର୍ଯ୍ୟନଗର ରେ ବିଜେ ମହାମାହି ମନ୍ଦିର ରେ ପହଂଚିଥିଲେ l ସେଠାରେ ପୂଜା କାର୍ଯ୍ୟ ଶେଷ କରି ପଥରା ସ୍ଥିତ ସ୍ବର୍ଗତ ପୂର୍ବତନ ବିଧାୟକ ଏବଂ ସାଂସଦ ଲଡ଼ୁକିଶୋର ସ୍ୱାଇଁ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କଲେ l ସେହି କାର୍ଯ୍ୟକ୍ରମ ସାରି କଲେଜ ଛକରେ ଖାରିଆ ପଂଚାୟତ ର ସରପଞ୍ଚ ଜୟନ୍ତୀ ସାହୁ, ସମିତି ସଭ୍ୟା ସୌଦାମିନୀ ନାହାକ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ ଏବଂ ଯୁବ ନେତା ଶଙ୍କର ବେହେରା ସମେତ ହଜାର ହଜାର ଶୁଭେଛୁ ମାନଙ୍କ ସହ ଗହଣରେ ରହି କିଛି ସମୟ ଅଟକି ଥିଲେ l ତାପରେ ଆସିକା ବିଜୁ ପଟନାୟକ ଛକ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଗଞ୍ଜାମ ଜୋନ ବିଜେଡି ସଭାପତି ଯୁବ ନେତା ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ମନୋଜ ଦୋରା, ଦିଲ୍ଲୀପ ପାଣିଗ୍ରାହୀ ଏବଂ ବ୍ଲକ ସଭାପତି ରାଜେଶ ପଟନାୟକ, ଯୁବ ସଭାପତି ସନ୍ୟାସୀ ନାହାକ, ନିଗମ ମହାନ୍ତି,ସମେତ ଅନେକ ଯୁବ ଏବଂ ବରିଷ୍ଠ ବିଜେଡି ନେତା ମାନଙ୍କ ସହ ମିଶିଥିଲେ l ଶେଷରେ ଆସିକା ର ପ୍ରତିଷ୍ଠିତ ମା ଖମ୍ବେଶ୍ବରୀଙ୍କ ଦର୍ଶନ ଲାଭ କରିଥିଲେ l ମନ୍ଦିର ପଛ ପଟ ଏକ ମହିଳା ସମାବେଶ ରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଗ୍ରାମପଞ୍ଚାୟତ ର ବିକାଶ ନିମନ୍ତେ ବ୍ୟାଙ୍କ ସୁବିଧା, ବସ ର ସୁବିଧା, ରାସ୍ତା, ପୋଖରୀ, ଗୋଷ୍ଠି ପାଇଁ ଗୃହ ଆଦି ଅନେକ ଯୋଜନା କରିବା ପାଇଁ ସ୍ଥିର କରିଛନ୍ତି l ଗ୍ରାମ ପଂଚାୟତର ପ୍ରତି ଗ୍ରାମ ରେ ମହିଳା, ଶିଶୁ, ଯୁବ ଗୋଷ୍ଠି ମାନଙ୍କ ପାଇଁ ଅନେକ ଜନହିତକର ଯୋଜନା କରାଯାଉଛି l ଏହି କାର୍ଯ୍ୟକ୍ରମ ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଜିଲ୍ଲା ପରିଷଦ ଅଧକ୍ଷl ଅଞ୍ଜଳି ସ୍ୱାଇଁ, କବିସୂର୍ଯ୍ୟନଗର ଅଧ୍ୟକ୍ଷା ଜୋତ୍ରିମୟୀ ସ୍ୱାଇଁ, ଆସିକା ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ, ଉପାଧ୍ୟାକ୍ଷା ରେଶମା ଦୋରା,ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ, ସମେତ ଅନେକ ମହିଳା ନେତ୍ରୀ ଯୋଗଦେଇଥିଲେ l ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ପୋଲିସ ଅଧିକାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ଆସିକା ବିଜ୍ଞାନ କଲେଜ ଛାତ୍ର ଛାତ୍ରୀ ଏବଂ ନିରଞ୍ଜନ ମହିଳା କଲେଜ ଛାତ୍ରୀ ମାନେ ଓ ବିଭିନ୍ନ ପଂଚାୟତ ରୁ ଆସିଥିବା ହଜାର ହଜାର ମହିଳା, ଯୁବ, ଛାତ୍ର ମାନେ ରାସ୍ତା ଉଭୟ ପାର୍ଶ୍ଵ ରେ ରହି ପୁଷ୍ପ ଦେଇ ସ୍ୱାଗତ, ହୁଳହୁଳି ସ୍ୱବ୍ଦ ଆସିକା ସହର କମ୍ପିଉଠୁଥିଲା l

LEAVE A REPLY

Please enter your comment!
Please enter your name here