ଭି. କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନର କାର୍ଯ୍ୟ ସାରଣୀ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ଏମକେସିଜି ମେଡିକାଲ, ରିଙ୍ଗରୋଡ, ଲାଞ୍ଜିପଲ୍ଲୀ ସାଧାରଣ ସଭା, ଧବଳେଶ୍ଵର ମନ୍ଦିର ପରେ ୫ଟି ଅଧ୍ୟକ୍ଷ ପହଞ୍ଚିଥିଲେ ଛତ୍ରପୁର ବ୍ଲକର ସିନ୍ଦୁରପୁର ଗ୍ରାମରେ ରହିଥିବା ସୁନ୍ଦରେଶ୍ବର ମନ୍ଦିରରେ । ମନ୍ଦିରରେ ପହଞ୍ଚି ପ୍ରଥମେ ସୁନ୍ଦରେଶ୍ବର ମହାଦେବଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ମନ୍ଦିରକୁ ଆସିଥିବା ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଉଦବୋଧନ ଦେଇଥିଲେ ପାଣ୍ଡିଆନ । ସୁନ୍ଦରେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ୧ କୋଟି ୫୦ ଲକ୍ଷ ଟଙ୍କାରେ ଚାଲୁରହିଛି । ଖୁବଶିଘ୍ର ମନ୍ଦିର କାର୍ଯ୍ୟ ଶେଷ ହେବା ପରେ ଆହୁରି ସୁନ୍ଦର ଦେଖାଯିବ ମହାଦେବଙ୍କ ମନ୍ଦିର । ମନ୍ଦିରର ଭକ୍ତ ମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ରହିବ । ଏହି ମନ୍ଦିର ଅଷ୍ଟଶମ୍ଭୁ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଥିବା ଯୋଗୁଁ ମନ୍ଦିର ସହିତ ସମସ୍ତଙ୍କ ଭାବବେଗ ଜଡ଼ି ହୋଇ ରହିଛି । ତେଣୁ ଏହି ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ବିଳମ୍ବ ହେବ ନାହିଁ ବୋଲି କହିଥିଲେ ପାଣ୍ଡିଆନ । ସୁନ୍ଦରେଶ୍ବର ମନ୍ଦିର ଭଳି ଛତ୍ରପୁର ବ୍ଲକରେ ରହିଥିବା ରାମଚଣ୍ଡି ମନ୍ଦିର ଓ ବଟେଶ୍ବର ମନ୍ଦିରର ମଧ୍ୟ ରୂପାନ୍ତରିଣ କାର୍ଯ୍ୟ ଜାରି ରହିଛି । ସେପଟେ ସୁନ୍ଦରେଶ୍ବର ମନ୍ଦିର ସହ ବଟେଶ୍ବର ଓ ରାମଚଣ୍ଡି ମନ୍ଦିର ପାଇଁ ଅନୁଦାନ ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ସିନ୍ଦୁରପୁର ସରପଞ୍ଚ l

LEAVE A REPLY

Please enter your comment!
Please enter your name here