ହାଇଦ୍ରାବାଦ ରେ ପୁଣି ଜଣେ ଦାଦନ ଶ୍ରମିକ ର ମୃତ୍ୟୁ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମାଲକାନଗିରି ଜିଲ୍ଲାରେ ଦାଦନ ଶ୍ରମିକର ହାଇଦ୍ରାବାଦ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ସଦର ଗ୍ରାମର ସ୍ବର୍ଗୀୟ ପୋଷ୍ଟ ମାଷ୍ଟର ସନ୍ୟାସୀ ନାୟକଙ୍କ ଅକାଳ ବିୟୋଗ ପରେ ପୁଅ ନିଜର ପରିବାର ଗୁଜରାଣ ନିମନ୍ତେ ନିଜ ଗ୍ରାମରେ କାମ ନପାଇବାରୁ କ୍ରିଷ୍ଣା ନାୟକ (୨୮) ପଡୋଶୀ ତେଲେଙ୍ଗାନା ର ହାଇଦ୍ରାବାଦରେ ଏକ ଘରୋଇ ଗୃହ ନିର୍ମାଣ କମ୍ପାନୀକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଆଜି ଗୃହ ନିର୍ମାଣ ସମୟରେ ଛାତ ର ସେଣ୍ଟରିଂ ଉପରୁ ପଡି ମୃତ୍ୟୁ ହୋଇଛି । ଏହି ଖବର ଗାଁରେ ପହଁଚିବା ପରେ ବିଧବା ମା କୁସୁମା ନାୟକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ପରିବାରର ସମ୍ପର୍କୀୟ ଲୋକେ ଗାଁ ର ଲୋକେ ମାନେ ହାଇଦ୍ରାବାଦ ରୁ ଶବ କିପରି ଗାଁକୁ ଫେରିବ ଓ ବିଧବା ମା କିପରି ନିଜ ପୁଅର କ୍ଷତିପୂରଣ ପାଇପାରିବ ସାଧାରଣରେ ଦାବି ଜୋର ଧରିଛି । ସୂଚନା ନେବାରୁ ମୃତ କୃଷ୍ଣ କିଛିଦିନ ପୂର୍ବରୁ ରାଜୁ ଗୌଡ଼ ନାମକ ଏକ ଠିକାଦାର ଙ୍କ ସହିତ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହର ର ପ୍ରେଷ୍ଟିଜ ଗ୍ରୁପ ନାମକ ଏକ କମ୍ପାନୀ ରେ ରାଜେନ୍ଦ୍ର ନଗର ପ୍ଲାଟ ନମ୍ବର ୫୪/୫୩ ରେ ଏକ ଘରୋଇ ଗୃହ ନିର୍ମାଣ ର ସେଣ୍ଟ୍ରିଙ୍ଗ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ସେଣ୍ଟ୍ରିଙ୍ଗ ରୁ ପଡି କୃଷ୍ଣ ର ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here