ବର୍ଷା-ଅନୁଭବ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଛେଦ,ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ

0

ବିପ୍ଲବୀ ପରିକ୍ରମା , ବ୍ୟୁରୋ ; ଅଲଗା ହେବେ ଓଲିଉଡ଼ର ଦୁଇ ଚର୍ଚ୍ଚିତ ଚେହେରା ବର୍ଷା-ଅନୁଭବ। ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦରେ ଆଜି ଆସିଛି ନୂଆ ମୋଡ । ହାଇକୋର୍ଟ ଆଜି ଅନୁଭବଙ୍କୁ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି । କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ ରାୟକୁ ମଧ୍ୟ ଖାରଜ କରିଦେଇଛନ୍ତି ମାନ୍ୟବର କୋର୍ଟ । ମିଳିଥିବା ସୂଚନା ଅନୁଯାୟୀ,ଏହି ମାମଲାରେ ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ ତଳକୋର୍ଟ । ଏହାପରେ ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିବାବେଳେ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ଏଠାରେ ଆମେ ଆପଣମାନଙ୍କୁ ସୂଚନା ଦେବାକୁ ଚାହିଁବୁ ,ଯେ ପତ୍ନୀ ବର୍ଷା ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିଥିଲେ ମଧ୍ୟ ଅନୁଭବଙ୍କୁ ଛାଡ଼ପତ୍ର ମଞ୍ଜୁର କରି ନଥିଲେ। ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ। ପରିବାର ଅଦାଲତର ଏହି ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟରେ ଅପିଲ ଦାୟର କରିଥିଲେ ଆଉ ଏହି ରାୟକୁ ରଦ୍ଦ କରାଯାଉ ଓ ତାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରାଯାଉ ବୋଲି ଅନୁଭବ ଦର୍ଶାଇଥିଲେ ।

 

LEAVE A REPLY

Please enter your comment!
Please enter your name here