ଭଞ୍ଜନଗର (ବିପ୍ଲବୀ ପରିକ୍ରମା ):- ଭଞ୍ଜନଗର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ “ବୀର ଶିଶୁ ଦିବସ” ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଶିଖ୍ ମାନଙ୍କର ଦଶମ ଗୁରୁ ଗୋବିନ୍ଦ ସିଂଙ୍କର ଦୁଇ ପୁତ୍ର ସାହେବଜାଦା ଜୋରାବର୍ ସିଂ ଏବଂ ସାହେବଜାଦା ଫତେ ସିଂ ଙ୍କର ବଳିଦାନକୁ ମନେ ପକାଯାଇଥିଲା ଏବଂ ଏହା ଚଳଚ୍ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବୀର ଶିଶୁଙ୍କ କୃତିତ୍ବକୁ ମନେପକାଇ ଶହୀଦ ବାଜିରାଉତ, ଧର୍ମପଦଙ୍କ ସାହାସିକତାକୁ ନେଇ କବିତା ଆବୃତ୍ତି କରିବା ସହ କାହାଣୀ ଉପସ୍ଥାପନା କହିଥିଲେ । ଏହା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା କୁଇଜ୍, ପ୍ରଦର୍ଶନୀ, ବକ୍ତୃତା ଏବଂ ଧନ୍ୟବାଦ ପତ୍ର ପ୍ରଭୃତି ପ୍ରସ୍ତୁତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହି ଦିନର ତାତ୍ପର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ସମସ୍ତଙ୍କୁ ସାହସୀ ହେବା ପାଇଁ ପ୍ରେରଣା ଦେଇଥିଲେ ଅଧ୍ୟକ୍ଷ ଶ୍ରୀ ପାଢ଼ୀ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।