ଧର୍ମେନ୍ଦ୍ରଙ୍କ ମାଟିରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାରେ ଠିଆ ହୋଇ ଆହ୍ୱାନ ଦେଲେ ଫାଇଭ ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅନୁଗୁଳ ଜିଲ୍ଲାର ଗଡସନ୍ତ୍ରୀ ଠାରେ ସାଧାରଣ ସଭାରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଧାମନଗର ପରେ ଗଡ଼ସନ୍ତୀରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ତିନୋଟି ପ୍ରଶ୍ନ ପଚାରି ସିଧାସଳଖ ଚାଲେଞ୍ଜ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ । ଦୀର୍ଘଦିନ ଧରି କେନ୍ଦ୍ରରେ ମନ୍ତ୍ରୀ ରହି ନିଜ ଅଂଚଳ ପାଇଁ କଣ ଅବଦାନ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ରହି ଧର୍ମେନ୍ଦ୍ର ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ସେ କାହିଁକି କଲେ ନାହିଁ ?

ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଥାଇ ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ,ମାତ୍ର ଏ ଅଂଚଳର ଲୋକମାନେ ଏବେବି କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି,ଯାହାଫଳରେ ଅଂଚଳର ଯୁବପିଢି ନିଜର ଦକ୍ଷତା ବୃଦ୍ଧି କରିଥାନ୍ତେ,ହେଲେ ସେ କାହିଁକି କଲେ ନାହିଁ ?

ସେହିପରି କଟକରୁ ଅନୁଗୁଳକୁ ଦେଇ ସମ୍ବଲପୁର ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ କାହିଁକି ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଛି ? ନିଜେ ସରକାରରେ ରହି କାହିଁକି ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ।

ତେବେ ପାଣ୍ଡିଆନ ଜୁନ ମାସରେ ଥରଟିଏ ଅନୁଗୁଳ ଜିଲ୍ଲା ଗସ୍ତ କରିବାପରେ ୧୦୦ କୋଟି ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଥିବାବେଳେ ଜିଲ୍ଲାର ବିକାଶ କରାଯାଉଛି । ମାତ୍ର ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି,ହେଲେ ଏହି ସମୟ ମଧ୍ୟରେ ଅନୁଗୁଳ ଜିଲ୍ଲା ଗୋଟିଏ ଟଙ୍କା ବି କେନ୍ଦ୍ରରୁ ପାଇନାହିଁ । ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଗଡ଼ସନ୍ତ୍ରୀ ଠାରେ ଆହ୍ବାନ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here