ଉଦ୍‌ଘାଟନ ପୂର୍ବରୁ ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାଁ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଦଳିଲା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ । ଅଯୋଧ୍ୟାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଲାଲୁ ସିଂହ ସୋଶାଲ ମିଡିଆରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।ଅଯୋଧ୍ୟା ଜଙ୍କସନରୁ ଏହାର ନାମକୁ ଅଯୋଧ୍ୟା ଧାମ ଜଙ୍କସନକୁ ବଦଳାଯାଇଛି । ଲୋକଙ୍କ ଆସ୍ଥା ଓ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନାମ ପରିବର୍ତ୍ତନ ହୋଇଥିବା ଇଣ୍ଡିଆନ୍ ରେଲୱେ କନଫରେନ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି । ଏହାର ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ ।ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି । ଏହାକୁ ଆସନ୍ତା ୩୦ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ହଜାର ବର୍ଗ ମିଟର ଜାଗାରେ ନିର୍ମିତ ଏହି ନୂଆ ଷ୍ଟେସନକୁ ରାମମନ୍ଦିରର ଭବ୍ୟ ରୂପ ସହ ଖାପ ଖାଇବା ଭଳି ଶୈଳୀରେ ତିଆରି କରାଯାଇଛି । ୨୦୧୮ରୁ ଏହାର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୪୦ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି କରାଯାଇଛି । ସେପଟେ ବଦଳୁଛି ପୂରା ରାମନଗରୀ ଅଯୋଧ୍ୟାର ରୂପ । ପୁରା ସହରର ନବକଳେବର କରାଯିବା ସହ ଏହାକୁ ପୌରାଣିକ କଥାବସ୍ତୁ ଆଧାରରେ ସଜ୍ଜିତ କରାଯାଉଛି । ଯାତ୍ରୀଙ୍କ ସୁବିଧା ଓ ଯାନବାହନ ଚଳାଚଳକୁ ସୁଗମ କରିବା ଲାଗି ଜବରଦଖଲ ଉଚ୍ଛେଦ ସହ ରାସ୍ତାଗୁଡିକର ପ୍ରଶସ୍ତୀକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କାନ୍ଥ ବାଡ଼ରେ ଶୋଭା ପାଉଛି ରାମାୟଣ ଓ ପୁରାଣ କଥା ସଂପର୍କିତ ୱାଲପେଣ୍ଟିଂ । କାରୁକାର୍ଯ୍ୟ ଖଚିତ ବିଦ୍ୟୁତ ଖୁଣ୍ଟରେ ସୁନ୍ଦର ଡିଜାଇନର ଆଲୋକ ଲଗାଯାଉଛି ।ଆସନ୍ତା ୨୨ ତାରିଖରେ ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେହିପରି ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇ l

LEAVE A REPLY

Please enter your comment!
Please enter your name here