କଟକରେ ବକ୍ସ ଡ୍ରେନ କାର୍ଯ୍ୟର ସମୀକ୍ଷା କଲେ ମେୟର ଓ କମିଶନର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଟକ ସହରରେ ଜୋରଦାର ଭାବେ ଚାଲିଛି ବକ୍ ଡ୍ରେନ ନିର୍ମାଣ କାର୍ଯ୍ୟ । ବକ୍ସ ଡ୍ରେନ କାର୍ଯ୍ୟର ସମୀକ୍ଷା କରିଛନ୍ତି କଟକ ମହାନଗର ନିଗମର ମେୟର ଓ କମିଶନର।ବକ୍ସିବଜାର ବାର ପଥର ନର୍ଦ୍ଦମା ପୋଲ କାର୍ଯ୍ୟ ସରିଯାଇଥିବା ବେଳେ ବଜ୍ରକବାଟି ପୋଲ କାର୍ଯ୍ୟ ଜାନୁଆରୀ ୧୫ ସୁଦ୍ଧା ସରିବ ବୋଲି କହିଛନ୍ତି ଉଭୟ ମେୟର ଓ କମିଶନର ।

କଟକ ସହର ମଧ୍ୟରେ ମନ୍ଥର ଗତିରେ ଚାଲିଥିବା ବକ୍ସ ଡ୍ରେନ ନିର୍ମାଣ କାର୍ଯ୍ୟରେ ବର୍ତମାନ ଜୋର୍ ଧରିଛି । ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିବା ପାଇଁ କଟକ ମହାନଗର ନିଗମର ମେୟର ,କମିଶନରଙ୍କ ସହ ସ୍ଥାନୀୟ ଦୁଇଟି ୱାର୍ଡର କର୍ପୋରେଟର, ୱାଟକୋ ଅଧିକାରୀ ଓ ମହାନଗର ନିଗମର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଥିଲେ ।

କାମ କେତେ ବାଟ ଯାଇଛି ଓ କିଭଳି କରାଯାଉଛି ତାହାକୁ ନେଇ ସଂପୃକ୍ତ ଠିକା ସଂସ୍ଥା ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପଟାପୋଲ୍ ଠାରୁ ଆରମ୍ଭ କରି ଛତ୍ରବଜାର ପର୍ଯ୍ୟନ୍ତ ଚାଲିଥିବା ଏହି ବକ୍ସ ଡ୍ରେନ ପ୍ରକଳ୍ପ ମଧ୍ୟରେ ରହିଥିଲା ବାରପଥର ଓ ବଜ୍ରକବାଟି ପୋଲ । ଚଳିତ ମାସ ୬ତାରିଖରେ ବାରପଥର ପୁରୁଣା ପୋଲ ଭଙ୍ଗାଯିବା ପରେ ନୂତନ ପୋଲ ନିର୍ମାଣ ହୋଇ ସାରିଛି।ଆଉ ମାତ୍ର ଦୁଇ ତିନି ଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜନ ସାଧାରଣଙ୍କ ନିମନ୍ତେ ଖୋଲି ଦିଆଯିବ ବୋଲି କହିଛନ୍ତି ସିଏମ୍‌ସି କମିଶନର ନିଖିଲ ପୱନ୍ କଲ୍ୟାଣ ।

LEAVE A REPLY

Please enter your comment!
Please enter your name here