ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆର୍ବିଆଇ ପକ୍ଷରୁ ଆମ୍ବପୁଆ ସ୍ଥିତ ଏକ କଲ୍ୟାଣମଣ୍ଡପରେ ଆଜି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଏମ୍ସି କମିସନର ଜେ. ସୋନାଲ, ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି, ଏସ୍ଆଇଡିବିଆଇର ଜେନେରାଲ ମ୍ୟାନେଜର ପି.କେ ଚୌଧୁରୀ, ଏଫ୍ଆଇଡିଡି ର ଜେନେରାଲ ମ୍ୟାନେଜର ଅନିତା ପଟ୍ଟନାୟକ, ଏସ୍ସିବିସି(ୟୁକୋ ବ୍ୟାଙ୍କ)ର ଜେନେରାଲ ମ୍ୟାନେଜର ଗୌତମ ପାତ୍ର, ଏସ୍ବିଆଇ ଡେପୁଟି ଜେନେରାଲ ମ୍ୟାନେଜର ସନ୍ଦୀପ ଚୌଧୁରୀ, ୟୁବିଆଇ ଡେପୁଟି ଜେନେରାଲ ମ୍ୟାନେଜର ଆର୍. ଦେବରାଜ ଓ ଡିଅ ଡିଆଇସିର ଜେନେରାଲ ମ୍ୟାନେଜର ପ୍ରସନ୍ନ ପାତ୍ର ଯୋଗଦେଇ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗର ବିକାଶ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।