ଟ୍ଵିନସିଟିବାସୀଙ୍କୁ ନୂଆବର୍ଷ ଭେଟି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ହେବ ଶିଳାନ୍ୟାସ, ନୂଆବର୍ଷରେ ଅର୍ଥାତ ୨୦୨୪ ଜାନୁଆରୀ ୧ରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ତ୍ରିଶୂଳିଆ ନିକଟ ରତାଗଡ଼ ନୂଆସାହିଠାରେ ଅନୁଷ୍ଠିତ ହେବ । ଏହାପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ଶିଳାନ୍ୟାସ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି କଟକ ଜିଲ୍ଲା ପ୍ରଶାସନ ସହ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମୁଖ୍ୟ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୂଳିଆ ଯାଏ ଗଡ଼ିବ ମେଟ୍ରୋ ଟ୍ରେନ୍‌ >ଟ୍ଵିନସିଟିବାସୀଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାନୁଆରୀ ୧ରେ ତ୍ରିଶୂଳିଆ ନିକଟ ରତାଗଡ଼ ନୂଆସାହି ଠାରେ ଭୁବନେଶ୍ୱର ତ୍ରିଶୁଳିଆ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁରା କଟକ ଜିଲ୍ଲା ପ୍ରଶାସନ ଏବଂ ମେଟ୍ରୋ ରେଳ ପ୍ରକଳ୍ପର ମୁଖ୍ୟ କ୍ଷେତ୍ର ପରିଦର୍ଶନ କରିବା ସହ କାର୍ଯ୍ୟ ର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଭୁବନେଶ୍ୱର ମେୟର, ଭୁବନେଶ୍ୱର ଉତ୍ତର ଓ ମଧ୍ୟ ବିଧାୟକଙ୍କ ସହ କଟକ ମେୟର , ଚୌଦ୍ୱାର କଟକ ଏବଂ ବାଙ୍କୀ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ତ୍ରିଶୂଳିଆ ଯାଏ ରୋଡ୍‌ ସୋ ହେବ । ଏହି ସମୟରେ ବିଭିନ୍ନ ଛକରେ ଉପସ୍ଥିତ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବେ । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇବେ । ଶିଳାନ୍ୟାସ ଉତ୍ସବ ଓ ସାଧାରଣ ସଭାରେ ହଜାର ହଜାର ଲୋକଙ୍କ ସମାବେଶ ହେବାକୁ ଥିବାରୁ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here