କଟକ ( ବିପ୍ଲବୀ ପରିକ୍ରମା ) :-କଟକ ରେ ଖୋଲିଲା ଏସ.ଏସ.ବି କିଙ୍ଗଡମ୍ ୱାଟର ପାର୍କ । ସ୍ଵିମିଂ ସାଙ୍ଗକୁ ରାତ୍ରୀଯାପନ ର ମଜା ଉଠାଇ ପାରିବେ ପର୍ଯ୍ୟଟକ । ତା’ ସାଙ୍ଗକୁ ରହିଛି ଭଳିକି ଭଳି ଖାଦ୍ୟର ଆସର । ଛୋଟ ପିଲାଙ୍କ ପାଇଁ ରହିଛି ମ୍ୟାଥ୍, ସାଇନ୍ସ, ପାର୍କର ନଲେଜ୍ ପଏଣ୍ଟ ।
କଟକ ବାଙ୍କୀ ଅଂଶୁପା ହ୍ରଦ ନିକଟରେ ନୂତନ ଭାବରେ ଖୋଲିଲା ଏସଏସବି କିଙ୍ଗଡ଼ମ୍ ୱାଟର ପାର୍କ । ଏହି ୱାଟର ପାର୍କର ମାଲିକ ହେଉଛନ୍ତି କାଜଲ ପଟ୍ଟନାୟକ । କାଜଲ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ତଥା ଓଡ଼ିଶା ବାହାରେ ଅନେକ ଗୁଡ଼ିଏ ଛୋଟବଡ଼ ପାର୍କ କରି ସାରିଥିବା ବେଳେ ଏହି ୱାଟର ପାର୍କରେ ରହିଛି ତାଙ୍କ ଦୁଇ ଝିଅଙ୍କ ବିଶେଷ ଅବଦାନ । ଯେଉଁଥିପାଇଁ ମାତ୍ର ୭ ମାସରେ ଏହିଭଳି ଅତ୍ୟାଧୁନିକ ୱାଟର ପାର୍କ ସାଙ୍ଗକୁ ରିସର୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ କାଜଲଙ୍କ ଝିଅ ଶିବାନୀଙ୍କ କହିବା କଥା କଟକରେ ଏଭଳି ପାର୍କ କେଉଁଠି ବି ନାହିଁ । ବାହାଘର ର ଫଟୋସୁଟ୍ ଠୁ ନେଇ ନଲେଜ୍, ଜଳକ୍ରୀଡ଼ା, ରିସର୍ଟ, ସ୍ଵତନ୍ତ୍ର ଫଟୋ ଷ୍ଟୁଡ଼ିଓ ଭଳି ସବୁ ସୁବିଧା ଗୋଟେ ସ୍ଥାନରେ ପାଇପାରିବେ ଏଠାକୁ ବୁଲିବାକୁ ଆସୁଥିବା ଲୋକେ ।
ତେବେ ଏହି ୱାଟର ପାର୍କକୁ ମୁଖ୍ୟ ଅତିଥି ଭାବେ କଟକ-ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ନୂଆ ବର୍ଷରେ ଅଂଶୁପା ହ୍ରଦକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏବେ ଏହି ୱାଟର ପାର୍କର ଭରପୁର ମଜା ଉଠାଇବେ ପର୍ଯ୍ୟଟକ ବୋଲି କହିଛନ୍ତି ବିଧାୟକ । ତେବେ କଟକରେ ଏହି ୱାଟର ପାର୍କ ବେଶ୍ ଆକର୍ଷଣୀୟ ଲାଗିବା ସହ କୁନି କୁନି ପିଲମାନେ ଜ୍ଞାନ ଅର୍ଜନ କରିପାରିବେ । କେବଳ ସେତିକି ନୁହେଁ ସମସ୍ତେ ପରିବାର ସହ ଆସି ଏହି ୱାଟର ପାର୍କର ମଜା ଉଠାଇପାରିବେ ବୋଲି କହିଛନ୍ତି ପର୍ଯ୍ୟଟକ ।
ତେବେ ପ୍ରଥମ ଦିନରୁ ହିଁ ଲୋକଙ୍କ ମନ ଜିଣିବାରେ ସଫଳ ହୋଇପାରିଛି ଏହି ଏସ.ଏସ.ବି କିଙ୍ଗଡମ୍ ୱାଟର ପାର୍କ । ଯଦି ଆପଣ ଅଂଶୁପା ଯାଉଛନ୍ତି ନିହାତି ଭାବରେ ଥରେ ବୁଲି ଆସନ୍ତୁ ଏହି ୱାଟର ପାର୍କରେ ।