ପଦ ଛାଡ଼ିବେ ହେମନ୍ତ ସୋରେନ୍‌, ପତ୍ନୀ ହେବେ ମୁଖ୍ୟମନ୍ତ୍ରୀ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଝାଡ଼ଖଣ୍ଡରେ ଖୁବ ଶୀଘ୍ର ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ସିଏମ ହେମନ୍ତ ସୋରେନଙ୍କ ବଦଳରେ ତାଙ୍କ ସ୍ତ୍ରୀ କଳ୍ପନା ହୋଇପାରନ୍ତି ଶାସକ । ଏନେଇ ଜୋର ଧରିଛି କଳ୍ପନାଜଳ୍ପନା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହା ପରେ ବିଜେପି ସାଂସଦ ନୀଶିକାନ୍ତ ଦୁବେ ହେମନ୍ତ ସୋରେନ୍‌ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ପତ୍ନୀ କଳ୍ପନା ଶାସନ ଭାର ସମ୍ଭାଳିବେ ବୋଲି ଦାବି କରିଛନ୍ତି। ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋଶିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧଶୟକ ସର୍ଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସ୍ୱୀକାର କରାଯାଇଛି। ଏବେ ଆଗକୁ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ସ୍ତ୍ରୀ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ।

ସୂଚନା ଅନୁଯାୟୀ, ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍‌ ଭୟ କରୁଛନ୍ତି। ତେଣୁ ସେ ନିଜ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ଦାବି କରାଯାଉଛି।ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ଇସ୍ତଫା ଦେଇ କୌଣସି କାରଣ ଦର୍ଶାଇ ନାହାଁନ୍ତି। ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିସାରିଲାଣି। କିନ୍ତୁ ହେମନ୍ତ ସୋରେନ ହାଜର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଥିବା କୁହାଯାଉଛି।ସିଏମ ହେମନ୍ତ ସୋରେନଙ୍କ ବଦଳରେ ତାଙ୍କ ସ୍ତ୍ରୀ କଳ୍ପନା ହୋଇପାରନ୍ତି ଶାସକ । ଏନେଇ ଜୋର ଧରିଛି କଳ୍ପନାଜଳ୍ପନା ।

LEAVE A REPLY

Please enter your comment!
Please enter your name here