ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଲାଙ୍ଗୀର ଜିଲ୍ଲାରେ ଲେଖାହେଲା ଜଳସେଚନର ଐତିହାସିକ ଅଧ୍ୟାୟ। ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିସ୍ଥାପନ କରିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ ହେଲା। ଆଜିର ଦିନ ସ୍ବପ୍ନର ସାକାରର ସ୍ବତନ୍ତ୍ର ଦିନ। ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପ ଉଦଘାଟନ କରି ବହୁତ ଖୁସି ବୋଲି ନବୀନ କହିଛନ୍ତି। ଲୋୟର ସୁକତେଲ୍ ବଲାଙ୍ଗୀରର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବ। ପ୍ରକଳ୍ପ ଦ୍ବାରା ୧ଲକ୍ଷ ଏକର ଜମିକୁ ପାଣି ମିଳିବ।

ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। ୭୦ ହଜାରରୁ ଅଧିକ ଲୋକଙ୍କୁ ପିଇବା ପାଣି ମିଳିବ। ଲୋୟର ସୁକତେଲ ବଲାଙ୍ଗୀର ବିକାଶରେ ନୂଆ ଯୁଗ ଆଣିବ। 5T ମାଧ୍ୟମରେ କାମରେ ଦ୍ରୁତଗତି ଆସିଛି। ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଛି। ୩.୬୪ ଲକ୍ଷ ଏକର ଜମିକୁ ଜଳସେଚିତ କରାଯାଇଛି। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୯ ଗାଁର ଲୋକମାନେ ବହୁ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ମନେରହିବ ବୋଲି ନବୀନ କହିଛନ୍ତି। ସବୁ କ୍ଷେତ୍ରରେ ରୂପାନ୍ତରଣ ନୂଆ ଯୁଗ ଆସିବ। ସମସ୍ତଙ୍କ ସହଯୋଗରେ ବଲାଙ୍ଗୀର ଓଡ଼ିଶାର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି।

LEAVE A REPLY

Please enter your comment!
Please enter your name here