ବିପ୍ଲବୀ ପରିକ୍ରମା ବ୍ୟୁରୋ :- ହାଇଦ୍ରାବାଦର ରବୀନ୍ଦ୍ର ଭାରତୀ ଠାରେ ଆନ୍ତର୍ଜାତିକ କ୍ଲାସିକଲ ଓ ଲୋକକଳା ଫେଷ୍ଟିଭଲ ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନା ଭାଷା ସଂସ୍କୃତି ଓ ସଂସ୍କୃତି କଳା ନିକେତନ ତରଫରୁ କାଯ୍ୟକ୍ରମ ହୋଇଛି l ଏହି କାର୍ଯ୍ୟକ୍ରମ ସଂଯୁକ୍ତା ପଣ୍ଡା ଓ ଗୁରୁ ଡ .ସୁଦୀପ୍ତା ପଣ୍ଡା ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । ନୂତନ ବର୍ଷ ଆରମ୍ଭରୁ ଏ ଭଳି ପ୍ରୋଗ୍ରାମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ୮ ଜଣ ଗୁରୁଙ୍କୁ ପଦ୍ମ ଜ୍ୟୋତି ସମ୍ନାନ ରେ ସମ୍ମାନିତ କରାଯାଇଥିଲା । ଓଡିଶା ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁଙ୍କୁ ଫ୍ଲୋରିସ କଲ୍ଚର ଇଣ୍ଡିଆନ ଆଇକନ୍ ଆୱାର୍ଡ ନାମରେ ଏହି ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନ ପ୍ରଦାନ କରାଯାଇଥିଲା । ସାମ୍ୱାଦିକ ସୁଦୀପ ଓଡ଼ିଆ ଭଜନ ଗାନ କରି ଉପସ୍ଥିତ ସଭିଙ୍କୁ ଉତ୍ସାହିତ କରିଥିଲେ ।
ତେବେ ଏଭଳି ସମ୍ମାନ ପାଇଁ ସାମ୍ୱାଦିକ ସୁଦିପ ସାହୁଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି I ସୂଚନା ଯୋଗ୍ୟ, ସାମ୍ୱାଦିକ ସୁଦିପ ଏହା ପୂର୍ବରୁ ବହୁ ସର୍ବ ଭାରତୀୟ ,ରାଜ୍ୟ, ଜିଲ୍ଲା ଓ ବ୍ରହ୍ମପୁରର ବହୁ ଅନୁଷ୍ଠାନ ତରଫରୁ ୫୦୦ ରୁ ଉର୍ଦ୍ଧ ଅନୁଷ୍ଠାନରେ ସମ୍ମାନିତ ହୋଇଛନ୍ତି । ସେ ଜଣେ ଭଲ ଗାୟକ ,ଅଭିନେତା, ସଂଯୋଜକ, ଲେଖକ, ସଂଗଠକ ଓ ସାମ୍ୱାଦିକ ଭାବେ ସବୁଠାରେ ପରିଚିତ ଅଟନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋକସଭା ସାଂସଦ ଓ ସଂସ୍କୃତ ବିଭାଗର ଅଧ୍ୟକ୍ଷା ମାମିଡି ହରି କ୍ରୀଷ୍ଣା ସହ ଅଭିନେତା ଓ ମଡେଲ ଉପସ୍ଥିତ ରହିଥିଲେ I ଏଥିରେ ୪୦୦୦ ରୁ ଅଧିକ ଲୋକ ରହି ଓଡ଼ିଶା କଳା ସଂସ୍କୃତି ଉପଭୋଗ କରିଥିଲେ l ଶେଷରେ ଜି.ଏସ ରାଜୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ l