ତାଳଗୁଡ଼ କୁ ଜି.ଆଇ ଟାଗର ମାନ୍ୟତା

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାରେ ତାଳଗୁଡ଼ ଚାଷୀଙ୍କ ମହଲରେ ଖେଳି ଯାଇଛି ଆନନ୍ଦର ଲହରୀ l ଏହି ତାଳଗୁଡ଼ ପ୍ରସ୍ତୁତି ପାଇଁ ଖଜୁରୀଗଛ ଓ ସଲପଗଛ ମୂଳରେ କୌଣସି ପ୍ରକାର କୀଟନାଶକ କିମ୍ବା ସାର ମସଲା ଦିଆଯାଇନଥାଏ,କେବଳ ଗୁଡ ରସରୁ ଏହା ତିଆରି କରାଯାଇଥାଏ ଏବଂ ଏହା ମଧୁମେହ ବହୁଳ ଲୋକଙ୍କ ପାଇଁ ବହୁ ଉପକାରିତା ହୋଇଥାଏ I

ଏଥିରେ ରାଜ୍ୟର ତାଳଗୁଡ଼ ସଂଘ ସଭାପତି ପ୍ରଫୁଲ କୁମାର ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ଜି.ଆଇ ଟାଗର ମାନ୍ୟତା କେବଳ ଚାଷୀ ମାନଙ୍କ ପାଇଁ ମନବଳ ଦୃଢ କରିବା ସହ ଚାଷ ପ୍ରତି ଆଗ୍ରହ ଆଣିବାର ବକ୍ତବ୍ୟରେ କହିଥିଲେ I ଏହା କେବଳ ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକର ଛେଳିଗଡ଼ ଗ୍ରାମର ଲୁବୂରସିଂ ଓ ତବାରସିଂରେ ତାଳଗୁଡ଼ ସମବାୟ କେନ୍ଦ୍ରରେ ୫୦୦ ସହ ଜଣ କାରିଗରଙ୍କ ଦ୍ୱାରା ପୂର୍ବରୁ ୫୦ ରୁ ୬୦ କୁଇଂଣ୍ଟାଲ ଗୁଡ ହୋଇଥିବା ବେଳେ ଶେଷ ୫ ବର୍ଷରେ ୬୦୦ସହ କୁଇଂଣ୍ଟାଲ ଗୁଡ ପ୍ରସ୍ତୁତି ହୋଇଛି I ଗୋଟିଏ କାରିଗରକୁ କମିଶନର କେନ୍ଦ୍ର ସରକାର ତରଫରୁ ୧୪୦୦ ଟଙ୍କାର ସାମଗ୍ରୀ ଦିଆଯାଇଥାଏ I ଏହି ଗୁଡ ପ୍ରସ୍ତୁତି କରିବାକୁ ସେହି ଗ୍ରାମକୁ ଯାଇ ବିଭାଗୀୟ ତରଫରୁ ଗୁଡ କେମିତି ପ୍ରସ୍ତୁତ କରାଯାଏ ତାହା ଉପରେ ତାଲିମ ଦିଅନ୍ତି I

ଗଜପତି ଜିଲ୍ଲାରେ ଖଜୁରୀ ଓ ସଲପଗଛ ପ୍ରଚୁର ପରିମାଣରେ ରହିଥିବା ହେତୁ ଜି.ଆଇ ଟାଗ ତରଫରୁ ସମଗ୍ର ଭାରତ ବର୍ଷରେ ଏକ ତାଳଗୁଡ ପରିଚୟ ସୃଷ୍ଟି ହୋଇପାରିଛି, ଯାହା ଦ୍ୱାରା ୧୦୦୦ କୁଇଂଣ୍ଟାଲ ଭାରତ ବର୍ଷରେ ମଧ୍ୟ ବ୍ୟବସାୟୀ କରଣ ହଇପାରିବ I ଏହା ଦ୍ୱାରା ଜଣେ କାରିଗରୀ ୩ ମାସରେ ୩୦,୦୦୦ ହଜାର ଟଙ୍କାରୁ ଆରମ୍ଭ କରି ୩ ଲକ୍ଷ ଟଙ୍କାପର୍ଯ୍ୟନ୍ତ ଗୁଡରୁ ଲାଭ ପାଇପାରିବ I କେବଳ ଆଦିବାସୀ ସର୍ମ୍ପଦାୟ ଲୋକମାନେ ହିଁ ଏହି ଗୁଡ ଚାଷ କରିଥାନ୍ତି I ଯଦି ସେମାନଙ୍କୁ ରାଜ୍ୟ ସରକାର ତାଲିମ ଦେଇ ଆଗକୁ ନେଇପାରିବେ ତେବେ ସେମାନଙ୍କ ଅର୍ଥନୌତିକ ଓ ସାମାଜିକରେ ବିକାଶ ହୋଇପାରିବ I

LEAVE A REPLY

Please enter your comment!
Please enter your name here