ଜମିରେ ଲାଗିଲା ନିଆଁ, ବ୍ୟାପକ ପରିମାଣର ଧାନ ଓ ରବି ଫସଲ ନଷ୍ଟ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାଟିପେଟି ଗ୍ରାମ ନିକଟସ୍ଥ ଧାନ ଜମିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବ୍ୟାପକ ପରିମାଣର ଅମଳ ଧାନ ପୋଡି ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ଅଞ୍ଚଳବାସୀଙ୍କ କହିବା ମୁତାବକ ପ୍ରାୟ ୩୦ରୁ ୩୫ ଏକର ଧାନ ଜମିର ଧାନ ଅମଳ ପରେ ବିଭିନ୍ନ ଆକାରରେ ଏବଂ ଧାନ ବସ୍ତା କରି ରଖାଯାଇଥିଲା । ଏହି ଅମଳ ଧାନ ଗୁଡିକୁ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ପ୍ରସ୍ତୁତ କରାଯାଉଥିଲା । କୌଣସି କାରଣ ବଶତଃ ନିଆଁ ଲାଗି ତାଟିପେଟି ଗ୍ରାମାଞ୍ଚଳରେ ଥିବା ଧାନ ଜମିରେ ନିଆଁ ମାଡି ଆସିଥିବାର କହିଛନ୍ତି ଅଞ୍ଚଳବାସୀ । ଏନେଇ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ପ୍ରାୟତଃ ଧାନ ଗୁଡିକ ପୋଡି ନଷ୍ଟ ହୋଇ ଯାଇଥିଲା । ଅନେକ ଧାନ ପୋଡି ପାଉଁଶ ହୋଇଯାଇଥିବା ବେଳେ ଖଇ ଲିଆ ଆକାରରେ ଫୁଟି ଯାଇଥିବାର ଦେଖିବାକୁ ମିଳିଛି ।

ସେହିପରି ରବି ଚାଷ ନିମନ୍ତେ ଲଗାଯାଇଥିବା ବିରି, ମୁଗ, ରାଶି ଆଦି ଜମି ଗୁଡିକ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ଏନେଇ ଚାଷୀ ଏବଂ ଭାଗଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନିଆଁ ଲାଗିଥିବା ଧାନ ଜମି ଅଞ୍ଚଳ ବଡକତୁରୁ ରାଜସ୍ବ ନିରୀକ୍ଷକ ଅଞ୍ଚଳରେ ଆସୁଥିବା ବେଳେ ଘଟଣା ସ୍ଥଳରେ ତୁରନ୍ତ ଭୁଷୁକୁଡି ଆର୍.ଆଇ. ପହଞ୍ଚି ପରିଦର୍ଶନ କରିଥିବାର ଜଣାପଡିଛି । ବର୍ତ୍ତମାନ ଯାଏଁ କେତେ ଧାନ ପୋଡି ନଷ୍ଟ ହୋଇଛି ବା କ୍ଷୟକ୍ଷତି ଘଟିଛି ତାର ବିଶେଷ ଆକଳନ କରାଯାଉଛି I

LEAVE A REPLY

Please enter your comment!
Please enter your name here