ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):– ପୁରୀ ଶ୍ରୀମନ୍ଦିର ପରିକ୍ରମା ଉତ୍ସବ ପାଇଁ , ଗଂଜାମ ଜିଲ୍ଲା ଭଂଜନଗର ଏନଏସି ପକ୍ଷରୁ ପରିକ୍ରମା କଲା “ଅର୍ପଣ ରଥ” । ପ୍ରତି ଓ୍ବାର୍ଡର ଶ୍ରଦ୍ଧାଳୁମାନେ ସୁସଜ୍ଜିତ ରଥ ନିକଟରେ ଗୁଆ ଏବଂ ଚାଉଳ ଅର୍ପଣ କରିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ଭକ୍ତିମୟ ହୋଇ ଉଠିଥିଲା ସମୁଦାୟ ଅଞ୍ଚଳ । ରଥ ପରିକ୍ରମା ସମୟରେ ସଂକୀର୍ତ୍ତନ ପରିବେଷଣ ସାଙ୍ଗକୁ , ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ନଗରପାଳ ପରିକ୍ରମା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରିକ୍ରମା ସମୟରେ , ଏନଏସି ର ଜନପ୍ରତିନିଧି , ବହୁ ସଂଖ୍ୟକ ବୁଦ୍ଧିଜୀବୀ , ମହିଳା ଏବଂ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ ।