ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):– ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡି ଦ୍ଵାରା ୪୧ ତମ ଭଜନ ସମାରୋହ ଜଗନ୍ନାଥ ମନ୍ଦିର ନିକଟସ୍ଥ ରାଜଦାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ରାମାନନ୍ଦ ଦାସଜୀ ଓ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ରଥ, ସଭାପତି ବସନ୍ତ ଦାଶ, କାର୍ଯ୍ୟକାରୀ ସଭାପତି ଇଂ. ତୀର୍ଥବାସୀ ପଣ୍ଡା, ଉପ ସଭାପତି ପ୍ରଦୀପ ନାୟକ, ସାଂସ୍କୃତିକ କମିଟି ମୁଖ୍ୟ ଭାରତ ଭୂଷଣ ମହାନ୍ତି, ଉତ୍ସଵ ପାଳନ କମିଟି ମୁଖ୍ୟ ଗୌରୀ ପ୍ରସାଦ ରଥ ଓ କାର୍ଯ୍ୟକାରୀ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ।
ଦୀର୍ଘ ୪୧ ବର୍ଷ ଧରି ଏହି ପୁରାତନ ଅନୁଷ୍ଠାନ ଭଜନ ସମାରୋହ କରିଆସୁଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଭୁବନେଶ୍ୱରରୁ ଆସିଥିବା ଖ୍ୟାତନାମା କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ, ବିଷ୍ଣୁ ମୋହନ କବି, ରଶ୍ମି ଓ ସ୍ଥାନୀୟ କଣ୍ଠଶିଳ୍ପୀ ଅମୃତା ପୁରୋହିତ, ସ୍ପନ୍ଦନା ପଣ୍ଡା,ସ୍ନେହାଶିଷ ନାୟକ ପ୍ରମୁଖ ଅତି ସୁନ୍ଦର ଭାବରେ ଭଜନ ପରିବେଷଣ କରି ଜନସାଧାରଣଙ୍କ ମନ ମୋହିଥିଲେ। ପ୍ରାର୍ଥନା ଚ୍ୟାନେଲର ବାଦ୍ୟଶିଳ୍ପୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନୋଜ କୁମାର ପାଢ଼ୀ ଓ ଗୌରୀ ପ୍ରସାଦ ରଥ ପରିଚାଳନା କରିଥିଲେ।