ଶୀତଳ ଭଣ୍ଡାର ନଥିବା ହେତୁ ଚାଷୀ ମାନଙ୍କ ଅବସ୍ଥା ଶୋଚନୀୟ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ l ଅଧିକାଂଶ ଲୋକ ଧାନ ମୁଗ, ବିରି, ରାଶି ଆଦାୟ କରିବା ପରେ ମଧ୍ୟ ପନିପରିବା ଚାଷ କରି ପରିବାର ପେଟପୋଷଣ କରିଥାନ୍ତି l ଆସିକା, ଶେରଗଡ଼, ଧରାକୋଟ ଆଦି ଅଞ୍ଚଳରେ ଚାଷୀ ପାଈଁ ନା ଅଛି ଶୀତଳ ଭଣ୍ଡାର, ନା ଅଛି ପଂଚାୟତରେ ମାର୍କେଟର ସୁବିଧା l ପଂଚାୟତ ଦେଇ ଯାଉଥିବା ଗାଡି ଯଦି ମାର୍କେଟ କୁ ଚାଷୀଙ୍କ ପରିବା ନିଏ ତାହା ହେଲେ ଦୁଇ ପଇସା ଚାଷୀକୁ ମିଳିବ l ଗାଡି ଯଦି ଗାଁ କୁ ନଆସେ ପରିବା ପୋଚି ଯାଇ ଘରେ ପଡ଼ିରହିଛି l

ଶୀତଳ ଭଣ୍ଡାର ନଥିବା କାରଣ ରୁ ବହୁତ ଦାମୀ ରକମର ପରିବା ଅଳ୍ପ ଦରରେ ଗାଁ ଲୋକ ମାନଙ୍କୁ ଅତି କମ ଦାମ ରେ ବିକ୍ରି ହେଉଛି ବା ପଚାଶଡା ହୋଇ ନଷ୍ଟ ହେଉଛି l ସରକାର ପ୍ରତି ପଂଚାୟତ ରେ ଶୀତଳ ଭଣ୍ଡାର ନିର୍ମାଣକୁ ଦାବୀ ରଖିଛନ୍ତି l ଚାଷୀ କିମ୍ବା ଭାଗ ଚାଷୀ ଧାର ଋଣ କରଜ କରି ଏହି ଚାଷ କାର୍ଯ୍ୟ କରିଥାଏ l ଚାଷୀମାନେ ସୁସ୍ଥ ପାଈଁ ପନିପରିବା ଚାଷ କରି ଆମକୁ ପୃଷ୍ଟିକର ଖାଦ୍ୟ ଯୋଗାଉଛନ୍ତି l ହେଲେ ଚାଷୀ ଖରା, ବର୍ଷା, ଶୀତ ରେ କଷ୍ଟ ପଡି ଚାଷ କୁ ଆପଣାଇନେଥିବା ବେଳେ ତା ଦୁଃଖ ବୁଝୁଛି କିଏ l

 

 

LEAVE A REPLY

Please enter your comment!
Please enter your name here