ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି । ଅନୁଗୁଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ୩୫୨ ରହିଛି, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ପ୍ରମୁଖ ପ୍ରଦୂଷିତ ସହର ହେଉଛି ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ରାଇରଙ୍ଗପୁରରେ ୩ ଶହ ପାର୍ କରିଛି ଇଣ୍ଡେକ୍ସ ।
ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସହରରେ ବାୟୁର ମାନର ହାରାହାରିକୁ ହିସାବକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଅନୁଗୋଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ। ଦିଲ୍ଲୀଠାରୁ ବି ଅନୁଗୋଳର ସ୍ଥିତି ଅଧିକ ଖରାପ। ଅନୁଗୋଳରେ ବାୟୁର ମାନ ବା ଏକ୍ୟୁଆଇ ମାନ ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫ ରହିଛି। କଟକରେ ବାୟୁର ମାନ ବା ଏକ୍ୟୁଆଇ ମାନ ୩୪୦ ରହିଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ଵରରେ ୩୩୪, କେନ୍ଦୁଝରରେ ୩୨୬ ଓ ତାଳଚେରରେ ୩୦୪ ରହିଛି। ସେହିପରି ରାଇରଙ୍ଗପୁରରେ ଏକ୍ୟୁଆଇ ମାନ ୩୦୦ ଓ ବଡ଼ବିଲରେ ୨୯୨ ରହିଛି, ଯାହାକି ସାଙ୍ଘାତିକ ସ୍ଥିତିରେ ରହିଛି।