ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ…ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ…ଏଭଳି ଘଟଣା ଘଟିଛି ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ…ନୟାରଙ୍ଗାମାଟିଆ ଗ୍ରାମର ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ତାଙ୍କ ସ୍ତ୍ରୀ ପାନ ମୁର୍ମୁ ଏବଂ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ…ଗତକାଲି ଗ୍ରାମରେ ଚାଲିଥିଲା ଜାହିରା ପୂଜା..ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ…ଯାହାକୁ ନେଇ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲା…ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ..ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ… କାରଣ ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ବେଳେ ଚନ୍ଦ୍ରମୋହନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା…ପ୍ରେମିକକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀକୁ ଝଗଡା ସମୟରେ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଥିଲା ସ୍ତ୍ରୀ…ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି..ଅନ୍ୟପଟେ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରିଛି l

 

LEAVE A REPLY

Please enter your comment!
Please enter your name here