ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଭାଇରାଲ ହେଉଥିବା ଏହି ଫଟୋଟି ଚର୍ଚ୍ଚାକୁ ପୂରା ବଢ଼େଇ ଦେଇଛି। ବିଜେଡିରେ ପୂରା କୋଣଠେସା ହୋଇଯାଇଥିବା ଅଭିନେତା ଅରିନ୍ଦମ୍ ରାୟ କଣ ବିଜେଡି ଛାଡିଦେବେ କି ? କିଛି ଏଭଳି ଚର୍ଚ୍ଚା ହେଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ସାକ୍ଷାତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ପାଞ୍ଚ ମାସ ତଳେ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ କହିଥିଲେ ଦଳରେ ଯଦି ବ୍ୟବହାର ନହେବୁ ତେବେ କାହିଁକି ରହିବୁ ? ଅଭିନେତାଙ୍କ ଏଭଳି ବୟାନ ସୁଚାଇଥିଲା କି ସେ ସନ୍ତୁଷ୍ଟ ନାହାନ୍ତି > ଗତ ରବିବାର ହଠାତ୍ହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ଭେଟଘାଟ ,ରୁଦ୍ଧଦ୍ୱାରା ଆଲୋଚନା କରିବା ଘଟଣା କଟକ ରାଜନୀତିକୁ ସରଗରମ କରିଛି > କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱରରେ ଦୁହିଁଙ୍କ ସାକ୍ଷାତ ଫୋଟୋ ଏବେ ଭାଇରଲ ହେଉଛି > ଆଉ ଚର୍ଚା ହେଉଛି ଅରିନ୍ଦମ ଖୁବ ଶୀଘ୍ର ପଦ୍ମ ଧରିବେ >୨୦୦୯ରେ ବିଜେଡିରେ ସାମିଲ ହେରିଥିଲେ ଅଭିନେତା ଆରଁଦାମ ରାଏ > ବିଜେଡି ତାଙ୍କୁ ବିଭିର୍ନ ସ୍ତର ପ୍ରଚାରକ ଭାବେ ସାମିଲ କରିଥିଲେ > ଏପରିକି ୨୦୧୬ରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀଙ୍କୁ ବିବାହ କରିଥିଲେ > ଏହାପରଠାରୁ ସେ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ ଦେଖାଦେଇଥିଲେ >୨୦୧୯ରେ ସାଦାରଣ ନିର୍ବାଚନ ପୂର୍ବରୁ ବାରବାଟୀ କଟକର ବିଭିର୍ନ ଅଂଚଳ ବୁଲି ଲୋକଙ୍କ ସହ ମିଶିଥିଲେ > ଫଳରେ ବାରବାଟୀ କଟକରେ ବିଜେଡି ତାଙ୍କୁ ବିଧାୟକ ପ୍ରାଥୀ କରିବା ବୋଲି ଚର୍ଚା ଆରମ୍ଭ ହୋଇଥିଲା >କ୍ୱିନଥି ତାହା ବି ଭୁଲ ପ୍ରମାଣିତ ହୋଇଥିଲା > ପରେ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଅରିନ୍ଦମ ରେଶରେ ଥିଲା କୁହାଯାଉଥିଲା କିନ୍ତୁ ତାହାଭି ଭୁଲ ପ୍ରମାଣିତ ହେଲା > ୨୦୨୨ ରେ ଅରିନ୍ଦମକୁ ରାଜ୍ୟ ସାଦାରଣ ସମ୍ପାଦକ ପଦବୀ ମିଳିଥିଲା > ଏହାର କିଛି ମାସ ପରେ ମେୟର ନିର୍ବାଚନ ହେବାର ଥିଲା ବିଜେଡି ର କଟକ ମେୟର ଅଶାୟୀଙ୍କ ତାଲିକାରେ ଅରିନ୍ଦମଙ୍କୁ ନେଇ ଅଙ୍କକଷା ଆରମ୍ଭ ହୋଇଥିଲା > କିନ୍ତୁ ସେତକ ବି ହେଲା ନାହିଁ > ଯେଉଁଥିପାଇଁ ଅରିନ୍ଦମଙ୍କ ମନରେ ଅସନ୍ତୋସ ଦାନ ବାନ୍ଧିଥିବା କୁହାଯାଉଛି > ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବାବେଳେ ଅଭିନେତା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।