ରାଜନୀତିରେ ଯୋଗଦେବାର ୧୦ ଦିନ ମଧ୍ୟରେ ଦଳ ଛାଡିଲେ ଅମ୍ବାତି 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପୂର୍ବତନ କ୍ରିକେଟର ଅମ୍ବାତି ରାୟଡୁ ଗତ କିଛି ଦିନ ତଳେ ରାଜନୀତିରେ ଯୋଗ ଦେଇଥିଲେ । ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଓ୍ବାଇଏସଆର କଂଗ୍ରେସରେ ଯୋଗ ଦେଇଥିଲେ । କ୍ରିକେଟରରୁ ରାଜନୀତି ଆଡକୁ ପାଦ ବଢାଇଥିବା ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟଡୁ ୱାଇଏସଆରସିପି ଯୋଗଦେବାର ଦିନ କେଇଟା ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ୨୮ ଡିସେମ୍ବରରେ ୱାଇଏସଆରସିପିରେ ଯୋଗ ଦେଇଥିଲେ ଅମ୍ବାତି ରାୟଡୁ । କିନ୍ତୁ ଦଳରେ ୧୦ ଦିନ ମଧ୍ୟ ତିଷ୍ଠି ପାରିନଥିଲେ ରାୟଡୁ ।

ୱାଇଏସଆରସିପିରୁ ଇସ୍ତଫା ଦେବା ପରେ ରାୟଡୁ ଜନ ସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି । ଯାହାକୁ ନେଇ ଆନ୍ଧ୍ରପ୍ରଦେଶ ରାଜନୀତିରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।ଏସବୁ ଭିତରେ ରାୟଡୁ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ୱାଇଏସଆରସିପିରେ ରହି ଆନ୍ଧ୍ର ଲୋକଙ୍କ ସେବା କରିବାକୁ ଦେଖିଥିବା ସ୍ୱପ୍ନ ପୂରା କରିପାରିବିନି । ଏଥିପାଇଁ ଦଳର କୌଣସି ନେତାଙ୍କୁ ମୁଁ ଦୋଷ ଦେଉନାହିଁ । ୱାଇଏସଆରସିପିର ବିଚାରଧାରା ସହ ମୋ ବିଚାରଧାରା ମିଶୁନାହିଁ । ତେଣୁ ଦଳ ଛାଡୁଛି । ଏହାଛଡା ଦୁବାଇରେ ହେବାକୁ ଥିବା ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ୱାଇଏସଆରସିପିରୁ ଇସ୍ତଫା ଦେଇଥିବା କହିଛନ୍ତି ରାୟଡୁ ।

LEAVE A REPLY

Please enter your comment!
Please enter your name here