ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ I

0

ସରକାରୀ ବାସଭବନରୁ ବିଡିଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ବିଡିଓ । ଘଟଣା ସ୍ଥଳରେ ସିମୁଳିଆ ପୁଲିିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଯଦି ଆତ୍ମହତ୍ୟା କରିଛନ୍ତି, ତାହା ପଛରେ ସରକାରୀ ଚାପ ରହିଥିଲା ନା ପାରିବାରିକ କାରଣ ସେନେଇ ମଧ୍ୟ ପୁଲିସ ଖୋଳତାଡ ଆରମ୍ଭ କରିଛି । ବିଶ୍ୱରଂଜନ ମହାନ୍ତିଙ୍କ ଘରେ ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନ । ଗତକାଲି ୧୧ଟାରେ ସେ କିଛି ସମୟ ପାଇଁ ଅଫିସ ଯାଇଥିଲେ । ଆଉ ଭିସିରେ ଯୋଗନଦେବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଖୋଜିଥିଲେ । ଫୋନ କରିବା ପରେ ବିଶ୍ୱରଂଜନ ଉଠାଇନଥିଲେ । ଏହା ପରେ ତାଙ୍କୁ ଖୋଜାଯାଇଥିଲା । ବାସଭବନର ଘର ଭିତର ପଟୁ ଚାବି ପଡିଥିଲା । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ କବାଡ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ସାଂଇଟଫିକ ଛାନଭିନ କରୁଛନ୍ତି । ପରିବାର ଲୋକେ ଆସି ପଂହଚିଛନ୍ତି ।
ହେଲେ ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି ।
Gfx-ମାନସିକ ଚାପରେ ଥିଲେ କି ବିଡିଓ?
Gfx -ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା?
Gfx -କାମକୁ ନେଇ ଚାପଗ୍ରସ୍ତ ଥିଲେ କି ବିଡିଓ ?
Gfx -ଜିଲ୍ଲାପାଳ ଛୁଟି ଦେଉନଥିବାର ସତ୍ୟତା କେତେ ?
ଆଉ ଏମିତି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ବାପା ନରେନ୍ଦ୍ର ମହାନ୍ତି । ସେ କହିଛନ୍ତି, ପୁଅକୁ ଜିଲ୍ଲାପାଳ ଛୁଟି ଦେଉ ନଥିଲେ । ଅକ୍ଟୋବର ୨୫ରେ କାମରେ ଯୋଗ ଦେବା ପରଠୁ ଆଉ ଘରକୁ ଆସି ନ ଥିଲା। ଜିଲ୍ଲାପାଳ କାମ ଚାପ ଦେଉଥିଲେ । ପ୍ରବଳ କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲା ପୁଅ। ନରେନ୍ଦ୍ର ମହାନ୍ତିଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ସେ କହିଛନ୍ତି, ବିଡିଓ କେବେ ଛୁଟି ପାଇଁ ଆବେଦନ କରି ନ ଥିଲେ। ମୋ ଆଡୁ ଚାପ ନ ଥିଲା। କାମ ଚାପ ଅଭିଯୋଗର ତଦନ୍ତ ହେବ । ଅନ୍ୟପକ୍ଷରେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସେ ମଝି ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତାହା ଅସମ୍ଭବ। ସେହି ଘରଟା ପୂରା ଫାଙ୍କା। ସେଠାରେ କିଛି ଜିନିଷ ନାହିଁ। ତେଣୁ ଆତ୍ମହତ୍ୟା କରିବା କେମିତି ସମ୍ଭବ? କ୍ୱାର୍ଟର୍ସରେ ଏକା ରହୁଥିବାରୁ ଟିକେ ଡର ରହିଥିଲା। ସେଠି ପାର୍ଟି ପଲିଟିକ୍ସ ପାଇଁ ସେ ଟିକେ ଟେନସନ୍‌ ବି ରହୁଥିଲେ ।

LEAVE A REPLY

Please enter your comment!
Please enter your name here