ଦର ଛିଡ଼ୁନି, ଆଖୁ ବିଲରୁ ଉଠୁନାହିଁ, ହୋ ହଲା ଭିତରେ ସଭା କାର୍ଯ୍ୟ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଏସିଆ ମହାଦେଶ ର ସର୍ବ ପୁରାତନ ଆସିକା ଚିନିଶିଳ୍ପ ରେ ଆଖୁ ପେଢା ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି l ଗତ ତିନି ତିନି ଥର ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏଯାବତ ସମସ୍ୟା ର ସମାଧାନ ନହେବାରୁ ଚିନିଶିଳ୍ପ ଆଖୁ ପେଢା କାର୍ଯ୍ୟ ବିଳମ୍ବ ହେଉଛି l  ବହୁ ବିଧ ସମସ୍ୟା ଭିତରେ ଗଞ୍ଜାମ ଜିଲ୍ଲା ର ୧୬ ଗୋଟି ବ୍ଲକ ର ଆଖୁ ଚାଷୀ ଶିଳ୍ପ ସହିତ ଚୁକ୍ତି କରିଥିଲେ ମଧ୍ୟ ଆଖୁ ଦର ବୃଦ୍ଧି, ଜଳ ସେଚନ,ଫସଲ ବୀମା, ମାଗଣା ସାର ପିଡିଆ ପ୍ରଦାନ, ପରିବହନ ଖର୍ଚ୍ଚ ଠାରୁ ଆରମ୍ଭ କରି ବୋନସ ପ୍ରଦାନ ପର୍ଯ୍ୟନ୍ତ ଏଭଳି ୦୫ ଦଫା ଦାବୀ ଚାଷୀ ସଂଘ ପକ୍ଷରୁ ପ୍ରଦାନ କରିଛନ୍ତି l ପରିଚାଳନା ପରିଷଦ ପକ୍ଷରୁ ଏନେଇ ଚିନି ଶିଳ୍ପ କୃଷକ ଭବନ ଠାରେ କୃଷକ ଏବଂ ସଂଘ ର କର୍ମକର୍ତା ଙ୍କୁ ନେଇ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଚାଲିଛି l

ଚିନି ଶିଳ୍ପ ର ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଈଁ ମରାମତି କାମ ଜୋରସୋର ରେ ଚାଲିଥିବା ବେଳେ ଚାଷୀ କୁ ଅତି ଶୀଘ୍ର ଆଖୁ କଟିଙ୍ଗ ଆଦେଶ ପ୍ରଦାନ କରାଯାଇ ମାସ ର ଶେଷ ସପ୍ତାହ ରେ ଚିନି କାରଖାନା ରେ ଆଖୁ ପେଢା କାର୍ଯ୍ୟ ଆରମ୍ଭ କରାଯାଇଛି l

ଚାଷୀ ବଂଚିବ, ଶିଳ୍ପ ମଧ୍ୟ ବଂଚିବା ନୀତିରେ ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ଆଖୁ ଦର ବୃଦ୍ଧି ଓ ପରିବହନ ବୃଦ୍ଧି ଦାବୀ ଯତାର୍ଥ ଦର୍ଶାଇ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି l ତଥାପି ଚାଷୀଙ୍କ ନାର୍ଯ୍ୟ ଦାବୀ ସମ୍ପକେ ଚିନି ଶିଳ୍ପ କର୍ତ୍ତୃପକ୍ଷ ଏଥିରେ ସହମତି ପ୍ରକାଶ କରିନାହାନ୍ତି l ଏହାର ବିରୋଧ କରି ମୁଖ୍ୟମନ୍ତ୍ରୀ ପାଖରେ ସଂଘ ଫେରାଦ ହେବ l

LEAVE A REPLY

Please enter your comment!
Please enter your name here