ମୁମ୍ୱାଇର କଲ୍ୟାଣରେ ଉତ୍କଳ ଯୁବା ଫାଉଣ୍ଡେସନ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଏବଂ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଉତ୍କଳ ଯୁବା ଫାଉଣ୍ଡେସନ ଆନୁକୂଲ୍ଯରେ ସ୍ଵାମୀ ବିବେକାନନ୍ଦଙ୍କ ପୂଣ୍ୟ ଜନ୍ମ ଜୟନ୍ତି ଅବସରରେ ମୁମ୍ବାଇର କଲ୍ୟାଣ ପୂର୍ବ ସ୍ଥିତ ଗାଁଓଦେବି ମଇଦାନ ପ୍ରାଙ୍ଗଣରେ ଏକ ବିଶାଳ ସାଂସ୍କୃତିକ ଓ ଏୱାଡ ସେରିମନିର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଉତ୍କଳ ଯୁବ ଫାଉଣ୍ଡେସନ୍ ସଭାପତି ଜଗନ୍ନାଥ ପଢ଼ିଆରିଙ୍କ ନେତୃତ୍ୱରେ ଭାରତୀୟ କଳା ସଂସ୍କୃତି ସ୍ଥାପତ୍ୟକୁ ବଜାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଦେଶାତ୍ମବୋଧ, ଆଧ୍ୟାତ୍ମିକ, ଓଡ଼ିଶୀ, ସମ୍ବଲପୁରୀ, ଆଞ୍ଚଳିକ ମରାଠୀ ଭାଷା ଆଦି ସଂଗୀତରେ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର କଲ୍ୟାଣ ପୂର୍ବ ବିଧାୟକ ଗଣପତ୍ ଗାଇକ୍ଵାଡ, ଓଡ଼ିଶା ବଲାଙ୍ଗୀର ଲୋହିସିଂହା ବିଧାୟକ ଡ଼କ୍ଟର ମୁକେଶ ମହାଲିଙ୍ଗ , ସ୍ଥାନୀୟ ସମାଜସେବୀ ସଞ୍ଜୟ ବାବୁରାଓ ମୋରେ , ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଦିଗପହଣ୍ଡି ସ୍ଥିତ ଶ୍ରୀ ମା ହରପ୍ରିୟା ଆଶ୍ରମ ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ, ରାଷ୍ଟ୍ରଦ୍ଵୀପ ପ୍ରଚାର ସମିତି ସମ୍ପାଦକ ଜଳେନ୍ଦ୍ର ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ବିଜେପି କିଶାନ୍ ମୋର୍ଚ୍ଚା ସଭାପତି ଚିନ୍ମୟନନ୍ଦ ଦାସ , ଉମା ପ୍ରଧାନ, ଅରୂପ ଚୌଧୁରୀ,ୟୁନିଅନ ବ୍ୟାଙ୍କ ମ୍ୟାନେଜର ତଥା ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ସାନ୍ତୁନୁ ମହନ୍ତ, ବିଜେପି କଲ୍ୟାଣ ଜିଲ୍ଲା ସଭାପତି ନରେନ୍ଦ୍ର ସୂର୍ଯ୍ୟବଂଶୀ ଅତିଥି ଭାବେ ଉପସ୍ଥିତ ଥିଲେ। ଫାଉଣ୍ଡେସନ ମୁଖ୍ୟ ତଥା ସଭାପତି ଜଗନ୍ନାଥ ପଢ଼ିଆରି, କୋଷାଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ଉପଦେଷ୍ଟା ଚିନ୍ତାମଣି ପ୍ରଧାନ, ସାଂସ୍କୃତିକ ସମ୍ପାଦକ ଶୁଶାନ୍ତ ଜେନା ଉପଦେଷ୍ଟା ବିଜୟ ବରା , ଭାସ୍କର ପାଣିଗ୍ରାହୀ, ସୁବାଷ ପାଳ,ଶିବରାମ ସାହୁ, ପ୍ରଭାକର ବିଷୋୟୀ, ସୁଶୀଲ ସାହୁ,ଶିବରାମ ଚୌଧୁରୀ, ନୀଳାଚଳ ସାହୁ , ଲିଙ୍ଗରାଜ ପାଣିଗ୍ରାହୀ, ମନୋଜ ପ୍ରଧାନ, ହୀନ ଭୂଇଁଆ, ସିମାଞ୍ଚଳ ପାଢ଼ୀ, ବିପିନ୍ ଚୌଧୁରୀ, ସୁନିଲ୍ ପାଢ଼ୀ, ବଟକୃଷ୍ଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୁଇ ହଜାର ରୁ ଉର୍ଦ୍ଧ୍ଵ ପ୍ରବାସୀ ଓଡ଼ିଆ, ସ୍ଥାନୀୟ ବାସିନ୍ଦା ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here