ବୁଦ୍ଧଖୋଲ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବୁଦ୍ଧଖୋଲ ଠାରେ ତିନିଦିନ ଧରି ଚାଲିଥିବା ବୁଦ୍ଧଖୋଲ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି | ଉଦଯାପନୀ ଦିବସରେ ପୂର୍ବତନ ସାଂସଦ ପ୍ରଶନ୍ନ କୁମାର ପାଠଶାଣି ମୁଖ୍ୟ ଅତିଥିଭାବେ ଯୋଗଦେଇ ମାଟି ମାଆ ଉପରେ ବକ୍ତବ୍ୟ ରଖି ଗଞ୍ଜାମ ଜିଲ୍ଲା ର ଐତିହ୍ୟ କଳା ସଂସ୍କୃତି ଉପରେ ବକ୍ତବ୍ୟ ରଖି ବୁଦ୍ଧଖୋଲ ର ସଂସ୍କୃତି ଉପରେ କହିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ସନ୍ନମାନିତ ଅତିଥିଭାବେ କାଜୁ ନିଗମ ର ଅଧକ୍ଷ ସୁବାସଚନ୍ଦ୍ର ମହାରଣା, ବ୍ଲକ ଅଧକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ଏନ ଏ ସି ଅଧକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ନିଜର ବକ୍ତବ୍ୟ ରଖିଥିଲେ |
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା |ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |କଳାକାର ମାନେ ସେମାନଙ୍କର କଳା ବେସ ନିପୁଣତାର ସହ ପରିବେଷଣ କରି ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ |ବୁଦ୍ଧଖୋଲ ମହୋତ୍ସବ ର ଶେଷ ରଜନୀ ରେ ମଣ୍ଟୁ ଛୁରିଆ ଯୋଗଦେଇ ଦର୍ଶକ ଙ୍କ ମନ ଜିତି ମନମୋହିଲା ଭଳି ଗୀତ ଗାଈ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ | ଦର୍ଶକ ମଧ୍ୟ ମଣ୍ଟୁ ଛୁରିଆ ଙ୍କ ତାଳେ ତାଳେ ନାଚି ବିଭୋର ହୋଇଯାଇଥିଲେ |
ଏହି ମହୋତ୍ସବ ରେ ବୁଦ୍ଧଖୋଲ ଉର୍ଣ୍ଣୟନ ପରିଷଦ ର ସଭାପତି ତଥା ପୋଲସରା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀକାନ୍ତ ସାହୁ ଅଧକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତିତଥା ସମାଜସେବୀ ଧରଣୀଧର ପଣ୍ଡା, ସମ୍ପାଦକ ସୁରେଶ ଚନ୍ଦ୍ର ଦାସ, କେ.ତ୍ରିଲୋଚନ ଦୋରା, ସମେତ ବୁଦ୍ଧଖୋଲ ଉର୍ଣ୍ଣୟନ ପରିଷଦ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସମୂହ ଯୋଗଦେଇ ସହଯୋଗ ପୂର୍ବକ ସଫଳତା ର ଶୀର୍ଷରେ ପହଞ୍ଚାଇଥିଲେ |ହଏହି ମହୋତ୍ସବ ରେ ଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l