ମନ୍ଦିରରୁ ଲୁଟିନେଲେ ଦୁବୁର୍ତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ଶେଷରେ ଠାକୁରଙ୍କୁ ବି ଛାଡିଲେ ନାହିଁ ଦୁବୁର୍ତ । ରାତିରେ ମନ୍ଦିରରେ ପଶି କଳାକନା ବୁଲାଇବା ସହିତ ଲୁଟିନେଲେ ଠାକୁରଙ୍କ ରୂପା ଅଳଙ୍କାର ଏବଂ ହୁଣ୍ଡିରୁ ଦାନ ଅର୍ଥ । ଗୋଟିଏ ରାତିରେ ଦୁଇ ଗୋଟି ମନ୍ଦିରରେ ପଶି ଲୁଟ୍ କରିଛନ୍ତି ଲୁଟେରା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଜୟନ୍ତୀପଟ୍ଟା ଗ୍ରାମ ଯୋଗେଶ୍ୱର ମନ୍ଦିର ଏବଂ ତଳିଆ ସ୍ଥିତ ଶନି ମନ୍ଦିରରେ । ଗତକାଲି ରାତିରେ ଲୁଟେରାମାନେ ଏହି ଦୁଇ ମନ୍ଦିର ଗ୍ରୀଲର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି କରିଛନ୍ତି ଲୁଟ୍ । ଲୁଟେରାମାନେ ମନ୍ଦିରରେ ଠାକୁରଙ୍କର ଥିବା ରୂପା ଅଳଙ୍କାର, ପୂଜା ସାମଗ୍ରୀ ଲୁଟି ନେଇଛନ୍ତି । ଏହା ସହିତ ମନ୍ଦିରରେ ଥିବା ହୁଣ୍ଡିବାକ୍ସ ଭାଙ୍ଗି ସେଥିରୁ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ । ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here