ବ୍ରହ୍ମପୁରରୁ ବନାରସ-ପ୍ରୟାଗରାଜକୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଖାଇବା, ପିଇବା ଠାରୁ ଆରମ୍ଭ କରି ବ୍ରହ୍ମପୁରରୁ ବନାରସ ଓ ସେଠାରୁ ପ୍ରୟାଗରାଜ ଯିବା ରାସ୍ତାରେ ଯେଉଁ ସବୁ ମନ୍ଦିର ମାନ ପଡ଼ିବ ସେଠାରେ କିଭଳି ସୁରୁଖୁରୁରେ ବରିଷ୍ଠ ନାଗରିକ ମାନେ ଠାକୁରଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଷ୍ଟେସନ ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକ ମାନେ ଷ୍ଟେସନରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଅନୁସାରେ ତୀର୍ଥ ଯାତ୍ରା ଟ୍ରେନର ବିଭିନ୍ନ ବଗିରେ ବସିଥିଲେ ବରିଷ୍ଠ ନାଗରିକମାନେ । ଆଉ ଏହି ବରିଷ୍ଠ ନାଗରିକ ମାନଙ୍କ ଦେଖାଶୁଣା କରିବା ନିମନ୍ତେ ଟ୍ରେନରେ ୩୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ରହିଛନ୍ତି । ତେବେ ପୂର୍ବରୁ ତୀର୍ଥ ଯାତ୍ରା ପାଇଁ ଅର୍ଥ ଅଭାବ ଯୋଗୁଁ ଯାତ୍ରାରେ ଯାଇପାରୁନଥିଲୁ ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଚଳିତ ବର୍ଷ ବନାରସ ଓ ପ୍ରୟାଗରାଜ ଯାତ୍ରା କରିବୁ । ଏହି ରାସ୍ତାରେ ପଡ଼ୁଥିବା ବିଭିନ୍ନ ମନ୍ଦିରକୁ ଦର୍ଶନ କରିବା ସହିତ ବହୁ ସ୍ଥାନକୁ ବୁଲିବା ସହ ବହୁ କଥା ଜାଣିବୁ । ଜୀବନର ଶେଷ ସମୟରେ ଏଭଳି ତୀର୍ଥ ବୁଲିବା ନିମନ୍ତେ ରାଜ୍ୟ ସରକାର ସୁଯୋଗ ଦେବା ସହିତ ମାଗଣାରେ ସୁବିଧା ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବରିଷ୍ଠ ନାଗରିକ ମାନେ ।

୯୭୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁରରୁ ବନାରସ ଓ ସେଠାରୁ ପ୍ରୟାଗରାଜ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଆସନ୍ତା ୨୨ ତାରିଖରେ ପୁଣି ବ୍ରହ୍ମପୁରରେ ପହଞ୍ଚିବ l

LEAVE A REPLY

Please enter your comment!
Please enter your name here