ଦଶମ ପାରଳା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସମସ୍ତ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୂକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଦଶମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି ।

ଏହି ସମାରୋହରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥିମାନେ ପାରଳାରେ ଏପରି ରାଜ୍ୟସ୍ତରୀୟ ନାଟକର ଆୟୋଜନକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନୋଜ ପାଢ଼ୀ (ମୁନ୍ନା) ସ୍ୱାଗତ ଭାଷଣ ଦେଇଥିଲେ । ଅମୂଲ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନାଟ୍ୟକାର ପ୍ରଦୀପ ବିଶ୍ଵାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ତଥା ପ୍ରଥମ ସନ୍ଧ୍ୟାରେ ଜଗନ୍ନାଥଙ୍କ ଭାବକୁ ନେଇ ନାଟକ ରେ ପାରଳାଖେମୁଣ୍ଡି କଳାକାର ତଥା କ୍ରିଏଟିଭ୍ ଆର୍ଟସ ଅନୁଷ୍ଠାନର କଳାକାର ମାନେ ନାଟକ “ଭାବର ଠାକୁର” ପରିବେଷଣ କରିଥିଲେ । ନାଟ୍ୟକାର ପ୍ରଦୀପ ବିଶ୍ଵାଳ ଙ୍କ ରଚନା ଓ ଉପଦେଷ୍ଟା ଦେବେନ୍ଦ୍ର ଦାସ ତଥା ମନୋଜ କୁମାର ପାଢ଼ୀ ଓ ଆଦର୍ଶ ଦାସ ଙ୍କ ନିର୍ଦ୍ଦେଶନାରେ ନାଟକ ଉପସ୍ଥାପନା ହୋଇଥିଲା । ଯାହାକି ଶ୍ରୋତାଙ୍କ ମନ ମୋହିଥିଲା । ଆଜିର ପ୍ରଥମ ଦିବସର ନାଟକକୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଉପଲକ୍ଷେ ଅର୍ପଣ କରିଥିବାର ନାଟ୍ୟ ଅନୁଷ୍ଠାନ ସୂତ୍ରରୁ ପ୍ରକାଶ ମିଳିଛି l

LEAVE A REPLY

Please enter your comment!
Please enter your name here