ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ୪ ତଫା ଦାବୀ ନେଇ ଆଜିଠାରୁ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଡାକରା କ୍ରମେ ମାଲକାନଗିର ଜିଲ୍ଲାଇ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ଏହି ଆନ୍ଦୋଳନ ଯୋଗୁଁ ରୋଗାକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଣିଥିବା ପ୍ରାଣୀଙ୍କ ଚିକିତ୍ସା ହୋଇପାରୁନାହିଁ । ଏଥିଯୋଗୁଁ ଗାଈ, ଗୋରୁ ଓ ଅନ୍ୟାନ୍ୟ ଗୁହପାଳିତ ପଶୁଙ୍କ ଚିକିତ୍ସା ପାଇଁ ଆଣିଥିବା ଲୋକେ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରି ନା ନା ସମସ୍ୟାର ସମ୍ମୁଖନ ହେଉଛନ୍ତି ଓ ଗୃହପାଳିତ ପଶୁ ମଧ୍ୟ ଛଟ ପଟ ହେଉଥିବା ଦେଖାଯାଇଛି ।
ସଂଘର ଦାବୀ ମଧ୍ୟରେ ପ୍ରାଣୀ ସେବା କ୍ଷେତ୍ରରେ ରୁପାନ୍ତରିତ କରି ୨୪ ଘଂଟିଆ ସେବା ବ୍ୟବସ୍ତା, ବିଶେଷଜ୍ଞ ବ୍ୟବସ୍ଥା, ଜଟିଳ ଲୋଗରେ ପିଡ଼ିତ ପ୍ରାଣିଙ୍କୁ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ପ୍ରଦାନ, କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ଭଳି ପଦୋନ୍ନତି, କେନ୍ଦ୍ର ସରକାରଙ୍କ ପ୍ରାଣୀ ଚିକିତ୍ସକଙ୍କ ହାରରେ ଏନ.ପି.ଏ ପ୍ରଦାନ. ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି ଓ କ୍ୟାଡର ପୁନଃର୍ଗଠନ ଆଦି ଅନ୍ତର୍ଭୁକ୍ତ । ଦାବୀ ପୂରଣ ନ ହେବା ଯାଏ, ଏହି ଆନ୍ଦୋଳନ ଜାରୀ ରହିବ ଓ ଏଥିପାଇଁ ସରକାର ଦାୟା ରହିବେ ବୋଲି ଡଃ.ମନୋଜ କୁମାଇ ଦାସ ପ୍ରକାଶ କରିଛନ୍ତି ।