ସମ୍ବଲପୁର (ବିପ୍ଲବୀ ପରିକ୍ରମା) :- ଜାନୁୟାରୀ ୨୭ ତାରିଖରେ ହେବାକୁ ଥିବା ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରୁ ଆସିଥିବା ସେବାୟତ ଓ ଅଧିକାରୀ ଗଜପତି ଜିଲ୍ଲାରେ ଥିବା ରାମଗିରିର ମା କୁରେଇଶୁଣି ମନ୍ଦିର, ଚଦ୍ରଗିରିର ଜଗନ୍ନାଥ ମନ୍ଦିର ଓ ଆର.ଉଦୟଗିରି ଲୁହାଖମ୍ବ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଭବ୍ୟ ସମ୍ବର୍ଦ୍ଧନାରେ ପି ଡବ୍ଲ ଡି ଆଇ.ବି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଦୁଳୟ ଚନ୍ଦ୍ର ରୟ, କ୍ରୀଷ୍ଣା ରୟ ଓ ଶିଶିର ରୟ ତିନି ସେବାୟତଙ୍କ ସମେତ ନୋଡାଲ ଅଫିସର ବିଚିତ୍ରା ନନ୍ଦ ଆଚାର୍ଯ୍ୟ ତିନି ସେବାୟତ ଓ ନୋଡାଲ ଅଫିସରଙ୍କୁ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପରେ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ କଳାକାର ସମବେତ ଜନତାଙ୍କ ମାଧ୍ୟମରେ ସମସ୍ତ ସେବାୟତଙ୍କୁ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କରାଯାଇଥିଲା ।