ଗଞ୍ଜାମ ( ବିପ୍ଲବୀ ପରୀକ୍ରମା ):- ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ଡ୍ରାଫ ଠାରେ ଦୁଇ ବାଇକ୍ ମୁହଁମୁହିଁ ଧକ୍କା । ୪ ମୃତ ୨ଗୁରୁତର । ମୃତକ ମାନେ ହେଲେ ରଜନୀ ଗୌଡ଼( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ମହେନ୍ଦ୍ର ନାୟକ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ଶ୍ରୀକାନ୍ତ ଗୌଡ଼ (ଅସୁରବନ୍ଧ ଗ୍ରାମବାସୀ) , ମନୋଜ ଡାକୁଆ ( ଦୁଲାଡ଼ ଗ୍ରାମ ବାସି ),ଗୁରୁତର ଆହତ ମାନେ ହେଲେ ଜୟନ୍ତ ବାଡ଼ତ୍ୟା ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ପୂର୍ଣ୍ଣ ଗୌଡ଼ ( ଦୁଲାଡ଼ ଗ୍ରାମ ବାସି ) ।
ସୂଚନା ମୁତାବକ ଏକ ବାଇକ୍ରେ ୩ଜଣ ବସି ଅଶୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟି ରେ ଯାଉଥିବା ବେଳେ ବରାଡି ନିକଟ ଡ୍ରାଫ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ବହୁତ୍ ଜୋର୍ ଶବ୍ଦ ଶୁଣି ସ୍ଥାନୀୟ ଲୋକ ମାନେ ଘଟଣା ସ୍ଥଳକୁ ଆସିଥିଲେ । ସେଠାରେ ୬ ଜଣ ରାସ୍ତା ଉପରେ ପଡିଥିବାର ଦେଖିବାକୁ ପାଇ ଥିଲେ । ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ୪ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କ ଅଵସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ହେଲେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏତେ ବଡ଼ ଦୁର୍ଘଟଣା ହେଲା ତାହା ସ୍ୱଷ୍ଟ ଜଣା ପଡି ନଥିବା ବେଳେ ଘନ କୁହୁଡି ପଡ଼ୁଥିବାରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।