ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୨ଟା ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଠାରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ ବସର ଶୁଭାରମ୍ଭ କରିଛନ୍ତି I ଏହି ୧୨ ଜିଲ୍ଲା ମଧ୍ୟରେ ମାଲକାନଗିରି ଜିଲ୍ଲା ମଧ୍ୟ ସାମିଲ ହୋଇଥିବା ବେଳେ ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।।ଳୟ ପରିସରରେ ଏହି ଉଦ୍ଘାଟନୀ ଉତ୍ସବକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ।
ଏହି ଅବସରରେ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର, ଜିଲ୍ଲାପାଳ ବିଶାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ନିର୍ୱାହୀ ଅଧିକାରୀ ରତ୍ନାକର ସାହୁ ଅଂଶଗ୍ରହଣ କରିଥିଲେ I ଉଦ୍ଘାଟନୀ ଉତ୍ସବ ଦେଖିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ସଦସ୍ୟା, ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ I
ଏହି ବସ୍ ସେବା ଦ୍ୱାରା ମାଲକାନଗିରି ଜିଲ୍ଲାରେ ଅନେକ ଜଗନ୍ନାଥ ପ୍ରେମୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ସିଧାଶଳଖ ମାଲକାନଗିରିରୁ ପୂରୀ ସହିତ ଯୋଡି ହୋଇଛନ୍ତି I ମହିଳାମାନଙ୍କ ପାଇଁ ଟିକେଟର ୫୦ ପ୍ରତିଶତ ରିହାତି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି I ଜିଲ୍ଲାରୁ ଏହା ସିଧା ସଳଖ ଭାବେ ପୁରୀକୁ ଯାତ୍ରା କରିବ ଏହି ବସ , ସେବା ଆରମ୍ଭ ପରେ ଜିଲ୍ଲାରେ ଖୁଶିର ଲହରୀ ଖେଳି ଯାଇଛି l