ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଶରଧାବାଲି ସ୍ଥିତ ସୁଖବିନ୍ଦର ସିଂହଙ୍କ ଧର୍ମପତ୍ନୀ ଇଶାଙ୍କା ସାହୁ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ମିସେସ୍ ଇଣ୍ଡିଆ କ୍ବିନ ଅଫ ହାର୍ଟ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଉ ଏହି ପ୍ରତିଯୋଗିତାରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବ୍ରହ୍ମପୁରର ଇଶାଙ୍କା ସାହୁ । ସେହିପରି ଜୋନାଲ ସ୍ତରରେ ମୋନାଲିସା ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଉଭୟ ଇଶାଙ୍କା ସାହୁ ଓ ମୋନାଲିସା ଦାସ ପ୍ରଥମ ସ୍ଥାନ ଅଧିକାର କରି ବ୍ରହ୍ମପୁରକୁ ଫେରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ସହରର ଏକ ହୋଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଇଶାଙ୍କା ସାହୁଙ୍କ ମା ବନ୍ଦିତା ତ୍ରିପାଠୀ ଜଣେ ସମାଜସେବୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇ ଇଶାଙ୍କା ସାହୁଙ୍କୁ ଓ ମୋନାଲିସା ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏଭଳି ମହିଳା ମାନେ ବିଭିନ୍ନ ପ୍ରତିଯୋଗିତାରେ ଆଗକୁ ବଢ଼ିବା ଦ୍ବାରା କେବଳ ମହିଳା ମାନେ ସ୍ବାବଲମ୍ବୀ ହେଉଛନ୍ତି ତାହା ନୁହେଁ ବରଂ ବ୍ରହ୍ମପୁର ସହର ପାଇଁ ମହିଳା ମାନେ ଗର୍ବ ଓ ଗୌରବ ଆଣୁଛନ୍ତି, ଏଭଳି ସଫଳତା ଆଗାମୀ ଦିନରେ ମହିଳା ମାନେ ଆଣନ୍ତୁ ବୋଲି କହିଥିଲେ ମେୟର ଶ୍ରୀମତୀ ଦଳେଇ l ମେୟରଙ୍କ ସମେତ ମହାନ ସଂଘର ସଭାପତି ସୁଶାନ୍ତ ସାବତଙ୍କ ସମେତ ସହରର ବହୁ ସଙ୍ଗଠନର ମହିଳା ମାନେ ଇଶାଙ୍କା ଓ ମୋନାଲିସାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।