ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ବଡ଼ ଷ୍ଟ୍ରାଟେଜି । ବିଜେପି ପ୍ରସ୍ତୁତ କରିଛି ଶକ୍ତିସାଥୀ । ମିଶନ ଶକ୍ତି ବା ଏସ.ହେଚ.ଜି ମହିଳାଙ୍କୁ ନିଜ ଆଡକୁ ନେବାକୁ ରାଜ୍ୟ କାର୍ଯ୍ୟାଳୟରେ ଶକ୍ତିସାଥୀ ମାନଙ୍କୁ ନେଇ ଆୟୋଜିତ କରିଛି ଶକ୍ତି ବନ୍ଦନ କର୍ମଶାଳା । ଯେଉଁଥିରେ ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି ଦେଇଥିଲେ ଟ୍ରେନିଂ । ଅନ୍ୟ ପଟେ ଓଡ଼ିଶା ଏସ.ହେଚ.ଜି ମଡେଲ୍ ଠାରୁ ବିଜେପି ଶାସିତ ରାଜ୍ୟରେ ଏସ ହେଚ ଜି ମଡେଲ୍ ଭଲ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କ୍ଲାସ୍ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି ଓ ଧର୍ମେନ୍ଦ୍ର ପ୍ରଧାନ । କେମିତି ବଢିବ ମହିଳା ଭୋଟ୍ ?
୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ।ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ ରହିଛି । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ଏସ.ହେଚ.ଜି ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଯାହାକି ବିଜେଡିର ପ୍ରମୁଖ ଭୋଟ୍ ବ୍ୟାଙ୍କ ବୋଲି କୁହାଯାଉଛି । ଅନ୍ୟପଟେ ନିକଟରେ ସରିଥିବା ୩ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ମହିଳା ଭୋଟ୍ ହିଁ ବିଜେପି ପାଇଁ ଗେମ ଚେଞ୍ଜର ହୋଇଥିଲା ।ହିମନ୍ତ କହିଛନ୍ତି ଆସାମରେ ୪୦ ଲକ୍ଷ ଏସଏଚଜି ମହିଳା ଥିବା ବେଳେ ୯ ଲକ୍ଷରୁ ଅଧିକ ମହିଳା ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ମହିଳା ସଶକ୍ତୀକରଣ ପାଇଁ ମୋଦି ସରକାରଙ୍କ ଅନେକ ଯୋଜନା ରହିଛି, ଏହାକୁ ଡୋର୍ ଷ୍ଟେପକୁ ନେବାକୁ ପଡିବ । ଅନ୍ୟ ପଟେ ବିଜେଡି କହିଛି ମହିଳାମାନେ ବିଜେଡି ସହ ଅଛନ୍ତି।ଏବେ ଦେଖିବାର କଥା ଏସ.ହେଚ.ଜି ମହିଳାମାନଙ୍କୁ ପ୍ରଭାବିତ କରିବାରେ କେତେ ସଫଳ ହେଉଛି ଶକ୍ତିସାଥୀ ଷ୍ଟ୍ରାଟେଜି ।