ପୁଣି ଧର୍ମେନ୍ଦ୍ର ବବି ମୁହାଁମୁହିଁ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ କନିଷ୍ଠ ନିଯୁକ୍ତି ଚୟନ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ପରୀକ୍ଷା ଫଳ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ଏପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଛନ୍ତି ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ‘ଶକ୍ତିବନ୍ଦନ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା କରି କହିଛନ୍ତି ଯେ, ଓଡ଼ିଶା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳୁଛନ୍ତି ।ଗଣମାଧ୍ୟମରେ ୨୦ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଖବର ପ୍ରକାଶ ପାଇଛି । ଏଏସଓ ପରୀକ୍ଷା ପରେ ନିୟମ ବଦଳିଗଲା । ତା’ହେଲେ ଯେଉଁ ରାଜ୍ୟ ସରକାର ନିଜ ପାଖରେ ଟେକ୍ନୋଲୋଜି ଓ ଅଭିଜ୍ଞତା ଅଛି ବୋଲି ଦାବି କରୁଛି ପିଲାଙ୍କ ଭବିଷ୍ୟତକୁ ନେଇ କ’ଣ କରୁଛନ୍ତି ବୋଲି ସେ ଜାଣିବାକୁ ଚାହିଁଛନ୍ତି ।

ପ୍ରଧାନଙ୍କ ଏଭଳି ଶାଣିତ ସମାଲୋଚନା ପରେ ବିଜେଡି ଚିହିଁକି ଉଠିଛି । ବିଜେଡି ସଂଗଠନ ସମ୍ପାଦକ ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି କହିଛନ୍ତି ଯେ କହିଛନ୍ତି, ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି ଧର୍ମେନ୍ଦ୍ର । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ ପ୍ରକାଶ ଦାସ କଟାକ୍ଷ କରିଛନ୍ତି ଶିକ୍ଷକ ନିଯୁକ୍ତିର ପୁରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି । ଆଉ ଏହା ଆପଣଙ୍କ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି ସଂସ୍ଥା ମିନି ରତ୍ନ କ୍ୟାଟେଗୋରୀରେ ଆସୁଛି । ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ, କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ଜବାହର ନବୋଦ୍ୱୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଓ ଅନ୍ୟାନ୍ୟ ସଂସ୍ଥା ପାଇଁ ନିଯୁକ୍ତି କରିଥାଏ । ସେଠି ମଧ୍ୟ କଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l

LEAVE A REPLY

Please enter your comment!
Please enter your name here