ତୃତୀୟ ଜାତୀୟ ପାରଳା ନୃତ୍ୟ ମହୋତ୍ସବ ନୃତ୍ୟ ପଲ୍ଲବୀ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅର୍ବାନପଟିଆ ଠାରେ ତୃତୀୟ ଜାତୀୟ ପାରଳା ନୃତ୍ୟ ମହୋତ୍ସବ ନୃତ୍ୟ ପଲ୍ଲବୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ପାରଳା ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଜଗନ୍ନାଥ ଓଡ଼ିଶୀ କଳା ପରିଷଦ ଓ ଜିଲ୍ଲା ସଂସ୍କୃତି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲ I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ନାଟକ ସଂଗୀତ ଏକାଡେମୀ ଗୁରୁ ଡ଼ଃ. ଗଜେନ୍ଦ୍ର କୁମାର ପଣ୍ଡା, ପାରଳାବିଧାୟକ କେ ନାରାୟଣ ରାଓ ପ୍ରମୁଖ ମଞାସିନ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ଶୁଭଉଦଘାଟନ କରିଥିଲେ ।

ପାରଳାଖେମୁଣ୍ଡିର କଳା ସଂସ୍କୃତି ବିଷୟରେ ନିଜ ନିଜ ମନ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ନାଟୀୟ କର୍ମୀ ନୃସିଂହ ଚରଣ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗର ନୃତ୍ୟ ଶ୍ରୀପି ପ୍ରିତି ପାଳଙ୍କୁ ସ୍ନମାନୀତ କରାଯାଇଥିଲ। I ସେଷରେ ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବହୁ ଦଶକ ଉପସ୍ଥିତ ରହି ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here