ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୧ ତମ ରାଜ୍ୟ ସ୍ତରୀୟ ଜନ୍ମଜୟନ୍ତୀ ଉତ୍ସବ ପାଳିତ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଓଡ଼ିଶା ମାଟିରୁ ବ୍ରିଟିଶ ମାନଙ୍କୁ ହଟାଇବା ପାଇଁ , ମାତ୍ର ୧୪ ବର୍ଷ ବୟସରେ ଯୁଦ୍ଧ କରିଥିଲେ । ବ୍ରିଟିଶ୍ ସେନାବାହିନୀର ନିଦ ହଜାଇ ଦେଇଥିଲେ । ସଶସ୍ତ୍ର ପାଇକ ଯୋଦ୍ଧା ମାନଙ୍କୁ ନେଇ, ଜଙ୍ଗଲରୁ ଜଙ୍ଗଲ କୁ ଘୁରି ବୁଲୁଥିଲେ । ଶତ ଚେଷ୍ଟା କରି ମଧ୍ୟ ତତ୍କାଳୀନ ଘୁମୁସରର ବୀର ଚକରା ବିଷୋୟୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିନଥିଲା ବ୍ରିଟିଶ ବାହୀନି । ତତ୍କାଳୀନ ଘୁମୁସର ରାଜ୍ୟର ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୧ ତମ ରାଜ୍ୟ ସ୍ତରୀୟ ଜନ୍ମଜୟନ୍ତୀ ଉତ୍ସବ ଗଞ୍ଜାମ ଜିଲ୍ଲା ଭଂଜନଗର ଠାରେ ଆୟୋଜିତ ହୋଇଯାଇଛି ।

ଭଂଜନଗର ଟାଉନ୍ ହଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଶା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ, ଭଂଜନଗର ଏନଏସି ଅଧ୍ୟକ୍ଷଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ । ଦେଶ ମାତୃକା ପାଇଁ ଚକରା ବିଷୋୟୀଙ୍କ ତ୍ୟାଗ ଏବଂ ନିଷ୍ଠାପର ଉଦ୍ୟମ ହିଁ ସମଗ୍ର ଦେଶ ଏବଂ ରାଜ୍ୟ ପାଇଁ ଗୌରବ ସୃଷ୍ଟି କରିପାରିଛି ବୋଲି , ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଏବଂ ଅତିଥି ମାନେ ନିଜ ପ୍ରତିକ୍ରିୟା କହିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ , ସାହିତ୍ୟିକ , ସମାଜସେବୀ , ଏବଂ ବିଭିନ୍ନ ଅଞ୍ଚଳର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚକରା ବିଷୋୟୀଙ୍କ ଜୀବନୀ ଆଧାରିତ ନାଟକ “ମୁଁ ଚକରା କହୁଛି” ମଞ୍ଚସ୍ଥ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here